ନୟା ସବେରା ୟୁଥ ଟ୍ରଷ୍ଟ କୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୟା ସବେରା ଟ୍ରଷ୍ଟ କୁ ପରିବେଶ ସୁରକ୍ଷା ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ୨୦୨୩ ବର୍ଷ ର ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱର ଲୋକସଭା ଭବନ ଠାରେ ବନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ , ପଞ୍ଚାୟତିରାଜ ଓ ପାନୀୟ ଜଳ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଷ୍ଟର ସଭାପତି ଓ ସଂପାଦକ ଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ନୟା ଶବେରା ନିମାପଡା ୟୁଥ୍ ଟ୍ରଷ୍ଟ ପକ୍ଷରୁ ଏକ କାର୍ଯ୍ୟକ୍ରମ ନିମାପଡା ର ଦୋଳବେଦୀ ଛକ ନିକଟରେ ମୋହନ ଦାସ ଙ୍କ ପ୍ରତି ମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ନୟା ଶବେରା ଟ୍ରଷ୍ଟ ର ସମସ୍ତ ସଦସ୍ୟ ଏବଂ ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ନେଇ ପ୍ଲାଷ୍ଟିକ ବର୍ଜନ ସମ୍ପର୍କ ରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନୟାଶବେରା ନିମାପଡା ୟୁଥ୍ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାପତି ବିଶ୍ଵରଂଜନ ତ୍ରିପାଠୀ,ସମ୍ପାଦକ ନିର୍ମଳ ପରିଜା, ଉପଦେଷ୍ଟା ଶ୍ରୀଯୁକ୍ତ ନିର୍ମଳ ମିଶ୍ର, ପ୍ରତାପ ଚନ୍ଦ୍ର ସାବୁତ, ଜୀବନ ଜ୍ୟୋତି ମିଶ୍ର, ପ୍ରଦୀପ୍ତ କୁମାର ସ୍ୱାଇଁ, ଅମିତ୍ ପରିଜା, ସୋମିତା ଭାଟିଆ, ଶୁଲଗ୍ନା ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ସଙ୍ଗୀତା ଦାସ, ପ୍ରଦୀପ ପତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରକୃତି ମିତ୍ର ପୁରସ୍କାର ପାଇବା ପରେ ଆଜି ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବିଡ଼ିଓ ବସନ୍ତ ମଲ୍ଲିକ,ଉପ ନଗରପାଳ ସନ୍ତୋଷ ଦାଶ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ନୟା ସବେରା ର ସଭାପତି, ସମ୍ପାଦକ ଓ ସଭ୍ୟ ସଭ୍ୟା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ