ନୱାଜଙ୍କୁ ମିଳିଲା ଜାମିନ
ଚୋଧୁରୀ ସୁଗର ମିଲ ମାମଲାରେ ଜେଲରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଜାମିନ ମିଳିଛି । ଲାହୋର ହାଇକୋର୍ଟ ତାଙ୍କୁ ତାଙ୍କର ସ୍ୱାସ୍ଥ ଗତ ସମସ୍ୟା କାରଣରୁ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି । ସ୍ୱାସ୍ଥ ଖରାପ କାରଣରୁ ତାଙ୍କୁ ଦୁଇଦିନ ତଳେତାଙ୍କୁ ଚିକିତ୍ସା ନିମନ୍ତେ ହସପିଟାଲରେ ଭର୍ତ୍ତିକରାଯାଇଥିଲା ।ଏହାକୁ ନେଇ ସେ ଜାମିନ ଆବେଦନ କରିଥିଲେ । ଶରିଫଙ୍କୁ ଉପଯୁକ୍ତ ବ୍ୟବସ୍ଥା ମିଳିନଥିବାରୁ ତାଙ୍କ ସ୍ୱାସ୍ଥ ଖରାପ ହୋଇଥିବା ପୂର୍ବରୁ ତାଙ୍କର ଝିଅ ଅଭିଯୋଗ କରିଥିଲେ ।


