ପଂଚସୂତ୍ରୀ ନିୟମ ପାଳନ ନେଇ ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀ ଓ ବ୍ୟବସାୟୀ ମାନଙ୍କ ମଧ୍ୟରେ କରୋନାର ପଚଂସୁତୀ ନିୟମ ପାଳନ ନିମନ୍ତେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଅଛି । ମଙ୍ଗଳବାର ସୁଧା ହିଞ୍ଜିଳି ବ୍ଳକ ରେ ୨୭ ଜଣ ଓ ମୁନିସିପାଲଟି ରେ ୨୮ ଜଣ କରୋନା ସଂଙ୍କ୍ରମିତ ରହି ଚିକିତ୍ସିତ ହେଉଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ହୋଲସେଲ ପରିବା ବ୍ୟବସାୟୀ ଓ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ ବଣିକ ସଂଘର ବ୍ୟବସାୟୀ ମାନେ କିପରି ଏହି ନିୟମ ପାଳନ କରିବେ ସେ ନେଇ ପ୍ରଶାସନିକ ଅଧିକାରୀ ମାନେ ସଂଙ୍କ୍ରମଣ ରୋକିବା ନିମନ୍ତେ ସାମାଜିକ ଦୁରତା ,ମାସ୍କ ପିନ୍ଧିବା, ସାନିଟାଇଜର ରଖିବା ସହ ପ୍ରତିଷ୍ଠାନ ଆଗରେ ପାଣି ବାଲଟି ସହ ସାବୁନ କିମ୍ବା ହ୍ୟାଣ୍ଡୱାସ ରଖିବା ସକାଶେ ପରାମର୍ଶ ଦେଇଥିଲେ । ଜୀବନ ଓ ଜୀବିକା ଉଭୟ ପରସ୍ପର ପରିପୁରକ ହୋଇଥିବା ଯୋଗୁଁ ଆଗକୁ ଯେପରି ସଂଙ୍କ୍ରମଣ ନ ହେବା ନିମନ୍ତେ ପଂଚସୂତ୍ରୀ ନିୟମ ପାଳନ କରିବାକୁ କହିଥିଲେ । ହୋଲସେଲ ପରିବା ବଜାରରେ ଅଧିକ ଭିଡ଼ ହେଉଥିବା ଯୋଗୁଁ ପରିବା ବ୍ୟବସାୟୀ ମାନେ ଦୃଷ୍ଟି ଦେବା ସହ ଦାୟିତ୍ୱ ଗ୍ରହଣ ସକାଶେ କହିଥିଲେ । ପରିବା ବଜାରରେ ଚାଷୀ ଓ ଖୁଚୁରାପରିବା ବ୍ୟବସାୟୀ ମାନେ ରାସ୍ତାଉପରେ ପରିବା ନ ବିକି ଅନ୍ୟ ସ୍ଥାନରେ ବ୍ୟବସାୟ ଚଳାଇବା ନିମନ୍ତେ ବୁଧବାର ଦିନ ମୁନିସିପାଲଟି ପରିଷରରେ ଦିନ ୧୧ ଘଟଂ ସମୟରେ ଆଲୋଚନା ନିମନ୍ତେ ଉପସ୍ଥିତ ରହି ଆଲୋଚନା ନିମନ୍ତେ ପ୍ରସ୍ତାବ ଦିଆଗଲା ।ଉକ୍ତ ବୈଠକରେ ହିଞ୍ଜିଳି ପୈାରଧିକାରୀ ଜଗଦିଶ ଷଡ଼ଙ୍ଗୀ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ହିଞ୍ଜିଳି ବିଡ଼ିଓ ପ୍ରସନ କୁମାର ପାତ୍ର,.ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧୀକାରୀ ଅଭିମନ୍ୟୁ ଦାସ , ବଣିକ ସଂଘ ସଭାପତି ନୃସିଂହପ୍ରସାଦ ପଟ୍ଟନାୟକ. ସମ୍ପାଦକ ବିଶ୍ୱମ୍ବର ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ବିକାଶ ମଚଂ ସଭାପତି ପ୍ରମୋଦ କୁମାର ପଣ୍ଡା,କିଶୋର େଚୈଧୁରି,ଯୁଗଳ ପଣ୍ଡା.କୃଷ୍ଟ ନାୟକ, ଯୋଗିନ୍ଦ୍ର ପାଣିଗ୍ରାହୀ, ଟୁଟୁମୁନି, ସୁଶାନ୍ତ ପ୍ରଧାନ, କୃଷ୍ଟ ଗୈାଡ଼ଙ୍‌କ ସମେତ ବହୁ ବ୍ୟବସାୟୀ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ