ପଂଚାୟତରାଜ ବିଭାଗ ପ୍ରମୁଖ ସଚିବଙ୍କ ଯୋଡା ଗସ୍ତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ବ୍ଲକକୁ ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ପଂଚାୟତରାଜ ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂ ଙ୍କ ସହିତ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ମାଝି, ଜିଲା ସହରୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଚମ୍ପୁଆ ବିଡିଓ ନୁପୁର ଚାନ୍ଦ ଗୋଟିଆ, ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ରବିନ୍ଦ୍ର ନାଏକ , ସର୍ବେଶ୍ୱର ବାରିକ ଓ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରମୁଖ ସଚିବ ପ୍ରଥମେ ଯୋଡା ବ୍ଲକର ମିରିଗିସିଙ୍ଗାଠାରେ ନିର୍ମାଣଧୀନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗସ୍ତରେ ଯାଇ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ପରେ ସେ ଦିନ ୧୨ ଘଟିକା ସମୟରେ ଯୋଡା ପୌରପାଳିକାର ବନେଇକଳାଠାରେ ଥିବା ଆହାର କେନ୍ଦ୍ର ଗସ୍ତ କରି ଖାଦ୍ୟର ମାନ , ପରଷିବା ସ୍ଥଳୀର ପରିଷ୍କାର ଓ ପରିଛନତା ଉପରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରମୁଖ ସଚିବ ମଙ୍ଗଳବାର ଅପରାହ୍ନ ୧ ଘଟିକା ସମୟରେ ଯୋଡା ପୌରପାଳିକା କାର୍ଯ୍ୟାଳୟକୁ ଯାଇ ସେଠାରେ ନୂତନ ଭାବେ ଖୋଲାଯାଇଥିବା ‘ମୋ ସରକାର’ ପ୍ରକୋଷ୍ଟ ବୁଲି ଦେଖିବା ସହିତ ପୌରପାଳିକାର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପ୍ରଶଂସା କରିଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ