ପଂଚାୟତର ସର୍ବ ସାଧାରଣ ସ୍ଥାନକୁ ବିଶୋଧନ
ହିଞ୍ଜିଳିକାଟୁ (ୱାଇଏନଏସ) : ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୁତାଣୁ ସଂକ୍ରମଣ ନବ୍ୟାପିବା ସକାଶେ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଂଜିଳିକାଟୁ ବ୍ଳକ ଖରିଡ଼ା ପଂଚାୟତର ବିଭିନ୍ନ ସର୍ବ ସାଧାରଣ ସ୍ଥାନ ଓ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ବ୍ଳକ ପ୍ରଶାସନ ପକ୍ଷରୁ ବିଶୋଧିତ କରାଯାଇଛି । ପାଣିରେ କ୍ଲୋରିନ ଓ ବ୍ଲିଂଚି ପାଉଡ଼ର ପକାଇ ବିଶୋଧିତ କରାଯାଉଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ଅନ୍ୟାନ ପଂଚାୟତରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ବିଶୋଧନ କରାଯିବ ବୋଲି ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି । କାର୍ଯ୍ୟକ୍ରମରେ ବିଡ଼ିଓ ପାତ୍ରଙ୍କ ସମେତ ତହସିଲଦାର ଗୋପିନାଥ କୁଅଁର, ପିଇଓ ସୁଶାନ୍ତ କୁମାର ପାତ୍ର, ସରଂପଚ ରଘୁନାଥ ବେହେରା, ଗ୍ରାମ ରୋଜଗାର ସେବକ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।