ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହ୍ଵାଟ୍ସଆପ ମାଧ୍ୟମରେ ଶିକ୍ଷାଦାନ

ବୁଗୁଡା,(ଅନିଲ କୁମାର ମହାରଣା):କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ବନ୍ଦ ଅଛି। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ବୁବୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ହ୍ଵାଟ୍ସଆପ ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କୁ ନେଇ ହ୍ଵାଟ୍ସଆପ ଗୃପ କରାଯାଇଛି। ହ୍ଵାଟ୍ସଆପ ଜରିଆରେ ଶିଶୁମାନଙ୍କ ପାଖକୁ ପ୍ରଶ୍ନ ପଠାଯାଉଛି। ଶିଶୁମାନେ ଉତ୍ତର ଲେଖି ତାହା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଙ୍କ ନିକଟକୁ ପଠାଇଥାନ୍ତି। ଯେକୌଣସି ବିଷୟରେ ଅବୁଝା ରହିଲେ ଶିଶୁମାନେ ଫୋନ ଜରିଆରେ ସେହି ବିଷୟର ଆଚାର୍ଯ୍ୟ/ଆଚାର୍ଯ୍ୟା ମାନଙ୍କଠାରୁ ଫୋନ ମାଧ୍ୟମରେ ବୁଝିଥାନ୍ତି।ଶିଶୁ ବିକାଶ ସମିତି, ଓଡ଼ିଶା ଏବଂ ପରିଚାଳନା କମିଟି ଓ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେଉଥିବା ବେଳେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ବୃନ୍ଦ ସଯଯୋଗ କରୁଛନ୍ତି। ଶିକ୍ଷାନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ