ପଂଚାୟତ ନିର୍ବାଚନ ପାଇଁ ତେଲେଙ୍ଗାନାରୁ ଆସିଲା ୩୫୦୦ ବାଲଟ ବାକ୍ସ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗକୁ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନ । ଏହିପରିପ୍ରେକ୍ଷୀରେ ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇସାରିଛି । ଏଥିସହ ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଜାରି ରହିଛି । ତେଲେଙ୍ଗାନା ରାଜ୍ୟ ର ୩ ଟି ଜିଲ୍ଲାରୁ ଶନିବାର ୩୫୦୦ ଟି ଖାଲି ବାଲଟ୍ ବାକ୍ସ ଆସି ଗଂଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ପହଂଚିଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଥିବା ଗୋଦାମ ରେ ରଖାଯାଇଥିଲା । ଅତିିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି ପହଂଚି ଏହାର ଅନୁଧ୍ୟାନ କରିଥିଲେ । ଜିଲ୍ଲା ପଂଚାୟତ ଅଧିକାରୀ ଗୁରୁଭା ସିଂ, ସିନିୟର ରେଭନ୍ୟୁ ଆସିଷ୍ଟାଂଟ ସଦାଶିବ ପ୍ରଧାନ, ଅମରେଶ ସାବତ, ପିଏ ସତ୍ୟ ପ୍ରଧାନ, ଏଷ୍ଟାବ୍ଲିସମେଂଟ ଅଫିସର ରାମ ତରାଇ, ଷ୍ଟେନୋ ବିଜୟ କୁମାର ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ବାଲଟ ବାକ୍ସ ଗୁଡିକ ଆବଶ୍ୟକତା ଥିବା ବ୍ଳକ କାର୍ୟ୍ୟାଳୟ ଗୁଡିକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ଜିଲ୍ଲାର ୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ ଲେଖାଏଁ ସରପଂଚ ଓ ସମିତିସଭ୍ୟ ଏବଂ ୭୦୯୯ ୱାର୍ଡମେମ୍ବର ପାଇଁ ନିର୍ବାଚନ ହେବ । ବିଭିନ୍ନ ବ୍ଲକ କାର୍ୟ୍ୟାଳୟରେ ଥିବା ବାଲଟ ବାକ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତି ସହ ରଙ୍ଗ ଦିଆଯିବା କାମ ଚାଲିଛି ।