ପକା ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଜୟସିଂହପୁର ଗ୍ରାମବାସୀ

କୋଦଳା, (ଗୁଲସନ କୁମାର କର):ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ର ଜୟସିଂହ ପୁର ଗ୍ରାମରୁ ଆସିଛି ଏଇଭଳି ଦୃଶ୍ୟ ଏଇ ଗ୍ରାମରେ ୯୦ଜଣ ପରିବାର ର ପ୍ରାୟ ୫୦୦ଜଣ ବସବାସ କରନ୍ତି । ଏଇ ଗ୍ରାମକୁ ଯମ ମଧ୍ୟ ଯିବାକୁ ଭୟ କରିବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ରାଜ୍ୟ ସରକାର ପକ୍କା ରାସ୍ତା,ବିଶୁଦ୍ଧ ପାନୀୟ ଜଳ, ଶିକ୍ଷା ଆଦି ବାବଦକୁ କୋଟିକୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏମିତି କିଛି ଗାଁ ରହିଛି ଯାହା ପ୍ରଶାସନ ଜାଣିଶୁଧା ନିରବ ରହୁଥିବା ଅଭିଯୋଗ ହୋଇଛି । ଏଇ ଗ୍ରାମରୁ ପିଲାମାନେ ପଢିବାପାଇଁ ୬ କିଲୋମିଟର ଦୂର ମାଟିଗଡ଼ ଗ୍ରାମକୁ ଯାଆନ୍ତି ଏଠି ପାନୀୟ ଜଳ କଥାକହିଲେ ମାତ୍ର ଦୁଇଟି ନଳକୂପ ଅଛି ଯାହାକି ଚାରିପାଶ୍ୱରେ ଆବର୍ଜନା ଭରପୁର, ରାସ୍ତା କହିବା ଯଦି ପ୍ରାୟ ୨କିଲୋମିଟର ରାସ୍ତା ମରଣଯନ୍ତା । ଏଠି କାହାରି ଯଦି ସ୍ୱାସ୍ଥ୍ୟ ଖରାପହୁଏ ଅମୁଲେନ୍ସ ଆସିବା ଦୂରର କଥା ନିଜେ ନିଜସୁବିଧା ରେ ବାଇକ କିମ୍ୱା ନିଜ ଗ୍ରାମରେ ଥିବା ଅଟୋ ସାହାଯ୍ୟରେ ମେଡିକାଲ କୁ ଆଣନ୍ତି ଯଦି ସାମାନ୍ୟ ସ୍ୱାସ୍ଥ୍ୟ ଵି ଖରାପହୁଏ ଏଇ ରାସ୍ତା ରେ ଆସିଲେ ଅଧିକ ଗୁରୁତର ହୋଇଯାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗତବର୍ଷ ଗ୍ରାମର ଲୋକମାନକୁ ସାହାଯ୍ୟ ମାଗି ୬୦ଗାଡି ମୋରମ ପକାଇ ଥିଲେ ହେଲେ ଇଲେକ୍ସନ ଆସିଲେ ମାଳ ମାଳ ରାଜନେତା ଙ୍କ ସୁଅ ଛୁଟିବା ସହ ସମସ୍ତ ସମସ୍ୟା ର ସମାଧାନ କରିବାପାଇଁ ପ୍ରତିସୃତି ଦେଉଛନ୍ତି,ଇଲେକ୍ସନ ସରିଲାପରେ ଦେଖାମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ନେଇ ଆମ ପ୍ରତିନିଧି ମର୍ଦ୍ଧମେଖ ସରପଞ୍ଚ ହୃଷିକେଶ ମେହେଣା ଙ୍କୁ ସାକ୍ଷାତ କରିବାରୁ ସେ କହିଛନ୍ତି ଏ ନେଇ ଗ୍ରାମବାସୀ ମୋତେ ଜଣାଇଛନ୍ତି ଯାହାକି ମୁଁ ବ୍ଲକ ର ବିଡ଼ିଓ ଙ୍କୁ ଜଣାଇଛି । ପି. ଏସ ରୁ 4ଲକ୍ଷଟଙ୍କା ଗ୍ରାଣ୍ଡ ହୋଇସାରିଛି ମେଣ୍ଟାଲ ଓ ମୁରୁମ ପାକହେବ ଆଗାମୀ ଦିନରେ କେମିତି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ତୁରନ୍ତ ହେବ ସେନେଇ ଚେଷ୍ଟା କରିବି କହିଛନ୍ତି। ଏବେ ଦେଖିବାକୁ ବାକିରହିଲା କେବେ ଏହି ଗ୍ରାମକୁ ପକା ରାସ୍ତା ସହ ବିଶୁଦ୍ଧ ପାନୀୟ ଜଳ ମିଳିବ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ