ପକେଟରୁ ଗଳିପଡ଼ିବା ଶୁଭ

ଅନେକ ସମୟରେ ପକେଟରୁ ହଠାତ ପଇସା ଗଳି ପଡିଯିବା ଆମକୁ ବିରକ୍ତି କରିଥାଏ । ଏମିତି କିଛି ଲୋକ ଅଛନ୍ତି ପକେଟରୁ ପଇସା ପଡିଗଲେ ଉଠାଇବାକୁ କୁଣ୍ଠାବୋଧ କରନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ପକେଟରୁ ପଇସା ହଠାତ ଗଳି ପଡିଯିବା ଆପଣଙ୍କୁ ବିରକ୍ତି କରୁଥିଲେ ମଧ୍ୟ ଏହା ଏକ ଶୁଭ ଲକ୍ଷଣ । ପକେଟରୁ ପଇସା ପଡିଲେ କଣ ଶୁଭ ହୁଏ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପକେଟରୁ ପଇସା ତଳେ ପଡିବା ସେ ସମୟ ପର୍ଯ୍ୟନ୍ତ ବେଶ ଉକ୍ରଣ୍ଠାର ସହ ଅପେକ୍ଷା କରିବେ ।
ଯଦି ପକେଟରୁ ପଇସା ହଠାତ୍ ତଳେ ପଡୁଛି ତେବେ ଏହା ଆପଣଙ୍କ ପକେଟକୁ ଗରମ କରିଦେବ । ପକେଟରୁ ହଠାତ ପଇସା ତଳେ ପଡିବା ଧନ ଆଗମନର ସୂଚନା । ଏହା ଦ୍ୱାରା ଆପଣ ଏଭଳି କିଛି କ୍ଷେତ୍ରରୁ ଧନ ପାଇବେ । ଯାହା ବାବଦରେ ପୂର୍ବରୁ କେବେ ବି ଆପଣ ଭାବିନଥିବେ । ତେବେ ଏହି ଧନ କେବେ ପାଇବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । କିନ୍ତୁ ଏତିକି ଜାଣି ରଖନ୍ତୁ କୌଣସି ଅଜ୍ଞାତ ସ୍ରୋତରୁ ଜାଣିଶୁଣି ନିଜ ପକେଟରୁ ପଇସା ତଳେ ପକାଇବା ଦ୍ୱାରା ଏଭଳି ଲାଭ ପାଇପାରିବେ ନାହିଁ । ଯଦି ଆପଣଙ୍କର ଅଜାଣତରେ ପକେଟରୁ ପଇସା ତଳେ ପଡେ, ତା’ ହେଲେ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ