ପକ୍ଷୀ ଗଣନା ୭ ଗୋଟି ବନାଞ୍ଚଳରେ ୫୮ ଟି ପ୍ରଜାତିର ୯,୩ଶହ ୫୩ ଟି ପକ୍ଷୀ ଚି଼ହ୍ନଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ ଗୋଟି ବନାଞ୍ଚଳରେ ଚଳିତ ବର୍ଷ ଗଠିତ ହୋଇଥିବା ୪୨ ଟି ପକ୍ଷୀ ଗଣନା ୟୁନିଟରେ ପକ୍ଷୀ ଗଣନା କାର୍ୟ୍ୟକ୍ରମ ସରିଛି. ଏବେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗର ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦଙ୍କ ତତ୍ୱାବଧାନରେ ଏବଂ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଓ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏହି ପକ୍ଷୀ ଗଣନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଉକ୍ତ ପକ୍ଷୀ ଗଣନା କାର୍ୟ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଥିବା ୭ ଗୋଟି ତଥା ଚନ୍ଦ୍ରଗିରି, ମହେନ୍ଦ୍ରଗିରି, କାଶୀନଗର, ମୋହନା, ରାମଗିରି,ଆର. ଉଦୟଗିରି ଓ ଦେବଗିରି ରେଞ୍ଜର ୪୨ ଟି ୟୁନିଟରେ ଥିବା ବନ୍ଧ, ନାଳ, ପୋଖରୀ, ଡ୍ୟାମ, ଜଳ ଭଣ୍ଡାର ପ୍ରକଳ୍ପ, ଜଳ ପ୍ରପାତ ଆଦିରେ ଚି଼ହ୍ନଟ କରାଯାଇଥିଲା. ଚଳିତ ବର୍ଷ ପକ୍ଷୀ ଗଣନା କାର୍ୟ୍ୟକ୍ରମ ୪୨ ଟି ୟୁନିଟରେ ମୋଟ ୫୮ ଟି ପ୍ରଜାତିର ସମୁଦାୟ ୯,୩ଶହ ୫୩ ଅଞ୍ଚଳକୁ ଆସିଥିବା ଜଣା ପଡିଛି. ଚି଼ହ୍ନଟ କାର୍ୟ୍ୟକ୍ରମ ଗଣନା ବେଳେ ୫୮ ଟି ପ୍ରଜାତିର ପକ୍ଷୀ ମାନଙ୍କ ମଧରେ କିଲିଚିଆ ବଗ, ପାଣି କୁଆ, କଣ୍ଟି ବଗ, ଖପରା ଖାଇ, ଗେଣ୍ଡି ପକ୍ଷୀ ପ୍ରଭୁତି ଅନ୍ତର୍ଗତ.ସେହିଭଳି ଶତାଧିକ ପ୍ରଜାତିର ବିଦେଶୀ ପକ୍ଷୀ ମାନଙ୍କର ଆଗମନ ହୋଇଥିଲା. ଅଧିକାଂଶ ରେ ଚଳିତ ବର୍ଷ ଦେବଗିରି ରେଞ୍ଜର ଗଜପତି ଶାଗର ଅଞ୍ଚଳରେ ୨୬୬୦ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା ବେଳେ ଦେଖାଯାଇଥିଲା. ଏହି ପକ୍ଷୀ ଗଣନା କାର୍ୟ୍ୟକ୍ରମରେ ୭ଗୋଟି ବନାଞ୍ଚଳ ର ୪୨ ଟି ୟୁନିଟ ପାଇଁ ୨୦୦ରୁ ଅଧିକ ବନକର୍ମଚାରି ଓ ଅଧିକାରୀ ନିୟୋଜିତ ହୋଇଥିବା ର ଜଣା ପଡିଛି. କିଛ ବର୍ଷ ହେଲା ଉପୋରକ୍ତ ବିଭିନ୍ନ ଜଳାଶୟ ମାନଙ୍କରେ ରାଜ୍ୟ ଓ ରାଜ୍ୟ ବାହାର ସମେତ ବିଦେଶୀ ପକ୍ଷୀ ମାନଙ୍କର ଆଗମନ ହେଉଥିବା ଦେଖିବାକୁ ମିଳିଛି. ମୁଖ୍ୟତଃ ଜିଲ୍ଲା ର ପାହାଡ ପର୍ବତ ଘେର ମଧ୍ୟ ରେ ଥିବା ଏହି ଉପୋରକ୍ତ ଜଳାଶୟ ମାନଙ୍କ ମଧୁର ଜଳ ସହିତ ଏଠାକାର ଅନୁକୂଳ ପରିବେଶ ଯୋଗୁଁ ରାଜ୍ୟ ବାହାର ଓ ବିଦେଶୀ ପକ୍ଷୀ ମାନଙ୍କୁ ଏହା ଆକୃଷ୍ଟ କରିଥିବା ଜଣାଯାଉଛି. ସେହି ପକ୍ଷୀ ମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ପ୍ରଚୁର ପରିମାଣ ରେ ଉପଲବ୍ଧ ହେଉଥିବା ରୁ ବହୁତ ସଂଖ୍ୟାରେ ପକ୍ଷୀ ମାନଙ୍କର ଆଗମନ ହେଉଥିବା ଜଣାଯାଉଛି