ପଚାଂୟତରେ ହୋଇଥିବା ଅଭିଯୋଗକୁ ନେଇ ପରିଦର୍ଶନ କଲେ ଜିପିଇଓ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଚାଂୟତ ମଧ୍ୟରୁ ନୂତନ ପଚାଂୟତ ବଡଖଣିରେ ସରପଚଂ ଓ ପିଇଓଙ୍କ ବିରୋଧରେ ୱାର୍ଡ ମେମ୍ବର ଓ ଗ୍ରାମବାସୀ ଦେଇଥିବା ଅଭିଯୋଗ ୫ଟି ଏହାର ତଦନ୍ତ ପାଇଁ ମୋହନା ବିଡିଓଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ଏହାର ତଦନ୍ତ ନିମନ୍ତେ ଗୁରୁବାର ଦିନ ଜିପିଇଓ ନରସିଂଙ୍ଗ ମାଣ୍ଡାଙ୍ଗୀ ଖଣି ଗସ୍ତରେ ପିଇଓ ପ୍ରଭାକର ପ୍ରଧାନ, ସରପଚଂ ଜମୁନା ମଳିକ, ୧୧ଟି ୱାର୍ଡ ମେମ୍ବରକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିପିଇଓ ପଚାଂୟତର ବିଭିନ୍ନ କାଗଜପତ୍ର ଯାଚଂ ପାଇଁ ମାଗିଥିଲେ । ସେଥିରେ ରେଜୁଲେସନ ଖାତାରେ କୌଣସି ବୈଠକର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଖାତାରେ ଉଲ୍ଲେଖ ରହିନାହିଁ ।  ପିଇଓ ସରପଚଂ ଓ ୱାର୍ଡ ମେମ୍ବର ମାନଙ୍କ ମଧ୍ୟରେ ମିଳାମିଶା ନଥିବା ଯୋଗୁଁ ଏଭଳି ଅଭିଯୋଗ ଆସୁଛି । ଅନ୍ୟପଟେ ଗ୍ରାମବାସୀ ଓ ୱାର୍ଡ ମେମ୍ବରମାନେ ପିଇଓ ପ୍ରଭାକର ପ୍ରଧାନଙ୍କୁ ବିରୋଧ କରି ତୁରନ୍ତ ନିଜ ଦାୟିତ୍ୱ ନୂତନ ପିଇଓଙ୍କୁ ଦେଇ ଏହି ପଚାଂୟତରୁ ଜିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପଟେ ପିଇଓ ତିନି ତିନି ପଚାଂୟତରେ ରହି ପିଣ୍ଡିକି, ମୋହନା, ବଡଖଣୀ କୌଣସି ପ୍ରକାର ଉନ୍ନତି ମୂଳକ କାମ ନକରି ଘୋଟାଲା କରିଥିବା ନେଇ ପିଣ୍ଡିକି ପଚାଂୟତର ଜୈନେକ ବ୍ୟକ୍ତି ଭିଜିଲାନ୍ସ ତଦନ୍ତ ପାଇଁ ଲିଖିତ ଅଭିଯୋଗ ଜଣାଇଥିଲେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ । ଏହାପରେ ତୁରନ୍ତ ପିଇଓ ପିଣ୍ଡିକି ପଚାଂୟତ ଛାଡି ୨ଟି ପଂଚାୟତ ଦାୟିତ୍ୱରେ ରହିଥିଲେ । ପୁଣି ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ମୋହନା ପଚାଂୟତରେ ପିଇଓ ଦାୟିତ୍ୱ ଦିଗାମ୍ବର ଦାସଙ୍କୁ ଦେବାପାଇଁ ଉଲ୍ଲେଖ କରିଥିଲେ କିନ୍ତୁ ପିଇଓ ପ୍ରଧାନ ଦାୟିତ୍ୱ ନଦେଇ ଜବରଦଖଲ କରି ରଖିଛନ୍ତି । ସେହିଭଳି ଖଣିରେ ମଧ୍ୟ ଦାୟିତ୍ୱ ନଦେଇ ନିଜେ ଦୁଇ ଦୁଇଟି ପଚାଂୟତ ବୁଝୀବା ପାଇଂ ଜବରଦଖଲ କରି ରଖିଛନ୍ତି ପ୍ରଧାନ । ତେବେ ଜିଲ୍ଲା ପ୍ରଶାସନ କେବେ ପିଇଓ ପ୍ରଧାନଙ୍କୁ ମୋହନା ଓ ଖଣୀରୁ ଦାୟିତ୍ୱରୁ କାଡି ଅନ୍ୟତ୍ର ବଦଳି କରିବେ ତାକୁ ହିଁ ଅପେକ୍ଷା କରିଛନ୍ତି ମୋହନା ଓ ବଡଖଣୀ ପଚାଂୟତ ବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ