ପଛକୁ ହଟିଲେ ଭାରତ ଓ ଚାଇନା ସେନା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପୂର୍ବ ଲଦାଖର ଗୋଗ୍ରାରେ ପ୍ରାୟ ୧୫ ମାସ ପରେ ଭାରତ ଓ ଚାଇନା  ପକ୍ଷ ସେନା ପ୍ରତ୍ୟାହାର କରିନେଇଛନ୍ତି । ଏଥିସହିତ ସେଠାରେ ଦୁଇ ଦେଶର ସୈନ୍ୟବାହିନୀ ନିର୍ମାଣ କରିଥିବା ଅସ୍ଥାୟୀ କ୍ୟାମ୍ପ ଓ ଭିତ୍ତିଭୂମିଗୁଡ଼ିକୁ ଭାଙ୍ଗିଦେଇଛନ୍ତି। ପାଟ୍ରୋଲିଂ ପଏଣ୍ଟ-୧୭ଏ ଭାବେ ଜଣାଶୁଣା ଗୋଗ୍ରାରେ ମୁହାଁମୁହିଁ ଅବସ୍ଥାର ପୂର୍ବ ସ୍ଥିତି ଫେରିଥିବା ଭାରତୀୟ ସେନା ପକ୍ଷରୁ ଶୁକ୍ରବାର କୁହାଯାଇଛି। ଅଗଷ୍ଟ ୪, ୫ରୁ ସେନା ପ୍ରତ୍ୟାହାର ହୋଇଥିଲା। ଉଭୟ ପକ୍ଷର ସୈନ୍ୟ ସେମାନଙ୍କ ସ୍ଥାୟୀ ଘାଟିକୁ ଫେରିଯାଇଛନ୍ତି। ଗତ ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡରସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନାବେଳେ ଗୋଗ୍ରାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସେନା ପ୍ରତ୍ୟାହାର ରାଜିନାମା ଅନୁଯାୟୀ ଗୋଗ୍ରାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଉଭୟ ପକ୍ଷ କଡ଼ା ନଜର ରଖିବା ସହ ସମ୍ମାନ ଜଣାଇବେ। ସେଠାର ସ୍ଥିତାବସ୍ଥାରେ କେହି ଏକପାଖିଆ ପରିବର୍ତ୍ତନ କରିବେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ