ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ଥାନାମଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀ ଥାନାମଣ୍ଡି ବନାଞ୍ଚଳରେ ଘେରାଉ କରି ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ନିକଟତର ହେବାପରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅପରେସନ ଜାରି ରହିଥିବା ଏହାର ନେତୃତ୍ୱ ନେଉଥିବା ରାଜୈରୀ ଏସ୍ପି ଶୀମା ନବୀ କସବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସାମ୍ବା ଜିଲ୍ଲାର ରାଜପୁରା ସେକ୍ଟରର ସୀମା ନିକଟରେ କେତେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନୀ ଡ୍ରୋନ୍ରୁ ଏଗୁଡ଼ିକ ପକାଯାଇଥିବା ସନ୍ଦେହ କରାଯାଉଛି ।


