ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରୀଙ୍କ କୃତ୍ତିତ୍ୱ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମର ରାଧାକାନ୍ତ ସା ଓ ସବିତା ମଞ୍ଜରୀ ସାଙ୍କ ଝିଅ ଶିବନୀ ସା ୨୦୨୨ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ତୃତୀୟସ୍ଥାନ ହାସଲ କରି ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତପଦା-ଅପସର ପାଇଁ ଗୌରବ ଆଣିଦେଇଛନ୍ତି । ସେ ଏବେ ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଷଷ୍ଠ ଶ୍ରେଣୀର ଛାତ୍ରୀ । ସେ ତାଙ୍କର ଏହି ସଫଳତାର ଶ୍ରେୟ ନିଜର ପିତାମାତା ଓ ଗୁରୁଜୀ ଗୁରୁମା ମାନଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ଗାଁ ତଥା ଅଞ୍ଚଳର ନାଁ ରଖିବେ ବୋଲି ତାଙ୍କ ଶିକ୍ଷକ ଅଶୋକ ସାବତ, ସୁଦର୍ଶନ ପଣ୍ଡା, ରମେଶ ଚଦ୍ର ପରିଡା ପ୍ରମୁଖ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ଏଥିପାଇଁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି ।