ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବଙ୍କ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୃଦ୍ଧ ଓଡିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଟା ଜାରୀ ରହିଛି । ଓଡିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁ କୋଟି ଟଙ୍କା ମୂଲ୍ୟର ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ବହୁ ଉନ୍ନୟନ ମୂଳକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମଞ୍ଚଳ ଓ ସହରାଞ୍ଚଳର ସମସ୍ତ ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡିକୁ ତ୍ୱରିତ ବେଗରେ ସଂପନ୍ନ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରି ଆବଶ୍ୟକତା ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ଓ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରୁଥିବା ଜଣାପଡିଛି ।ଏହି ପରିପ୍ରେକ୍ଷୀରେ ଶନିବାର ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନି ହିଞ୍ଜିଳି ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରିଛନ୍ତି । ଶନିବାର ଅପରାହ୍ନରେ ସ୍ଥାନୀୟ ବ୍ଳକ ଭାବନ୍ଧ- ପାଗଳବାବା ଛକ ଠାରେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭାବନ୍ଧ ଠାରେ ନିର୍ମାଣଧିନ ଲକମୀ ବସଷ୍ଟାଣ୍ଡ ପରିଦର୍ଶନ କରି ସାହାପୁର ଅଭିମୁଖେ ଯାଇ ସେଠାରେ ପଞ୍ଚାୟତ କାର୍ଯ୍ୟାଳୟ, ଆଞ୍ଚଳିକ ପାଠାଗାର ପରିଦର୍ଶନ କରିଥିଲେ । ସେଠାରୁ ନନ୍ଦିକ ପଞ୍ଚାୟତକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିବା ସହ ଆମ ବ୍ୟାଙ୍କ ସେବା, ଆଧୁନିକ ପାଣିଟାଙ୍କି ବୁଲି ଦେଖିବା ସହ ସଂପୃକ୍ତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ନିର୍ମାଣଧିନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ନନ୍ଦିକ କାର୍ଯ୍ୟକ୍ରମ ଶେଷକରି ହିଞ୍ଜିଳିକାଟୁ ପୌରାଞ୍ଚଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପହଞ୍ଚି ମଧ୍ୟାହ୍ନ ଭୋଜନ ସାରି ବ୍କଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଭିନ୍ନ ଅଧିକାରୀଙ୍କ ସହ ଉନ୍ନୟନ ମୂଳକ ପ୍ରକଳ୍ପ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ବ୍ଳକ କାର୍ଯ୍ୟାଳୟ ପରିସରସ୍ଥ ମହିଳା ସିଲେଇ ଶିକ୍ଷା ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ପରେ ପୋଚିଲିମା ଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ୫ଟି ରୂପାନ୍ତରଣ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ ଓ ନିର୍ମାଣଧିନ କୋଠା କାର୍ଯ୍ୟ ବୁଲି ଦେଖିଥିଲେ । ହିଞ୍ଜିଳି ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, ଆମ ଓଡିଶା- ନବୀନ ଓଡିଶା, ଆମ ବ୍ୟାଙ୍କ ଭଳି ରାଜ୍ୟ ସରକାରଙ୍କ ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ପ୍ରଶଂସା କରିବା ସହ ନିର୍ମାଣଧିନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ଦେଖି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନିଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ଏପିଡି ପ୍ରଧାନ, ବିଡିଓ ସୁବ୍ରତ କୁମାର ଜେନା, ଓରମାସ ଡେପୁଟି ସିଇଓ ସତ୍ୟ ସୁନ୍ଦର ସାଇରାମ ପାଇଟାଳ, ଡିପିଏମ ଓଏଲଏମ ନବୀନ ସେନାପତି, ସହକାରୀ ଯନ୍ତ୍ରୀ ଆଲୋକ ସେଠି, ପ୍ରଭାତ କୁମାର ଦାଶ, ହର୍ଷବର୍ଦ୍ଧନ କର, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ପ୍ରିତି ସାହୁ, ଜିଲ୍ଲା ବିଜେଡ଼ି ଉପସଭାପତି ଡି.ବିଶ୍ବନାଥ, ସରପଞ୍ଚ କୃଷ୍ଣ ଭଉଳ, ମିଶନ ଶକ୍ତି ସଦସ୍ୟାଙ୍କ ସମେତ ସଂପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବହୁ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।