ପଞ୍ଚାୟତରୁ କୋଭିଡ ଉପରକରଣ ହରିଲୁଟ, ଭିଡିଓ ଭାଇରାଲ

ହାଟଡିହି, (ବିକାଶ ବିଶ୍ୱାଳ ) : ଏକ ପଞ୍ଚାୟତରେ କୋଭିଡ ସମୟର ଥିବା ବିଛଣା ସାମଗ୍ରୀକୁ ଲୁଟ କରାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହା ଡଅଁର ପଞ୍ଚାୟତର ବୋଲି କୁହାଯାଉଛି । କୋଭିଡ ସମୟରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରତି ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ଖୋଲାଯାଇ ପ୍ରବାସୀ ମାନଙ୍କ ରହିବାପାଇଁ ଖଟ, ଗଦି ଓ ଅନେକ ବୈଦୁତିକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ସଂଗରୋଧ କେନ୍ଦ୍ର ବନ୍ଦ ହେବା ପୁର୍ବରୁ ଅନେକ ସ୍ଥାନରେ ବୈଦୁତିକ ସାମଗ୍ରୀ ଯଥା ଇନଭଟର, ଫ୍ୟାନ ଓ ବଲବ ଆଦି ଚୋରୀ ହୋଇଯାଇଥିବାବେଳେ କିଛି ସ୍ଥାନରେ ଖଟ ଓ ଗଦି ର ହିସାବ ମିଳିନଥିଲା । ଆଉ କିଛି ପଞ୍ଚାୟତରେ ଏହିସବୁ ସାମଗ୍ରୀକୁ ସାଇତି କରି ରଖାଯାଇଥିଲା । ଡଅଁର ପଞ୍ଚାୟତରେ ଗଛିତ ଥିବା ଗଦି ମଧ୍ୟରୁ ଗତ ବୁଧବାର ବିଳମ୍ବିତ ରାତିରେ କିଛି ବ୍ୟକ୍ତି ନିଜକୁ ସରପଞ୍ଚ ଓ ନାଏବ ସରପଞ୍ଚ ବୋଲି ପରିଚୟ ଦେଇ ଗଚ୍ଛିତ ଗଦି ମଧ୍ୟରୁ ୪ଟି ଗଦିକୁ ନେଇଯାଇଥିଲେ । ସେଠାରେ ରହୁଥିବା କିଛି ବ୍ୟକ୍ତି ଏହାର ବିରୋଧ କରିବାରୁ ସେମାନଙ୍କୁ ଧମକ ଦେଇ ଗଦି ଓ ଅନ୍ୟକିଛି ସାମଗ୍ରୀକୁ ନେଇଆସିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିବାସହ ଆମର ସବୁ ଠିକ ଅଛି ବୋଲି କହିଛନ୍ତି । ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ