ପଞ୍ଚାୟତରେ ମନ୍ତ୍ରୀ ଓ ଜିଲ୍ଲା ପରିଷଦ ପ୍ରଥୀଙ୍କ ମାରଥନ୍ ପ୍ରଚାର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ର ୧୨ ନମ୍ବର ଜିଲ୍ଲା ପରିଷଦ ଜୋନର ତିନୋଟି ପଞ୍ଚାୟତ ରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ୧୨ ନଂ ଜିଲ୍ଲା ପରିଷଦ ପ୍ରାଥି ପୁଷ୍ପା ରାଣୀ ସ୍ୱାଇଁ ବୁଲି ବୁଲି ମାରାଥନ୍ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଖବର ରୁ ପ୍ରକାଶ ଯେ ଏହି ତିନୋଟି ପଞ୍ଚାୟତ ଯଥା ବଡ଼ଗାଁ ର ସରପଂଚ ପ୍ରଥିନି ଶ୍ରୀମତୀ ସୁଭଦ୍ରା ପ୍ରଧାନ, ସମିତି ସଭ୍ୟ ପ୍ରାଥି ବିଜୟା ନନ୍ଦ କରଣ, ସୁତନ ପଞ୍ଚାୟତର ସରପଂଚ ପ୍ରାଥିନି ଶ୍ରୀମତି ମେନକା ବେହେରା , ସମିତି ସଭ୍ୟ ପ୍ରାଥି କାଶୀନାଥ ନାୟକ , ବନାଖଣ୍ଡି ପଞ୍ଚାୟତ ର ସରପଂଚ ପ୍ରାଥିନି ସୁଚିସ୍ମିତା ନାୟକ ଓ ସମିତି ସଭ୍ୟ ପ୍ରାଥିନୀ ଗୀତାଞ୍ଜଳି ମଲ୍ଲିକ ଙ୍କୁ ସାଙ୍ଗରେ ଧରି ମଏକ ଶୋଭା ଯାତ୍ରା ରେ ବାହାରି ପ୍ରାୟ ୩୦ ଗୋଟି ଗ୍ରାମ ବୁଲି ଭୋଟ ଭିକ୍ଷା କରିଥିଲେ । ଶୋଭା ଯାତ୍ରା ରେ ବିଭିନ୍ନ ଗ୍ରାମ ପରିକ୍ରମା କରିବାବେଳେ ପ୍ରଥ ପ୍ରାନ୍ତ ସଭା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ବିଭିନ୍ନ ଲୋକାଭିମୁଖି ଯୋଜନା ଗାଁ ର ବିକାଶ କଥା କହି ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦଳୀୟ ପ୍ରାଥିଙ୍କୁ ବିଜୟ କରିବା ପାଇଁ ଭୋଟର ଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ବିନମ୍ର ନିବେଦନ କରିଥିଲେ । ଏଥି ସହ ସମସ୍ତ ପ୍ରାଥି ମଧ୍ୟ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ନିଜ ନିଜର ଚିହ୍ନ ର ପୁସିଂ କାର୍ଡ ଧରି ଘର ଘର ବୁଲି ବାଣ୍ଟିବା ସହ ଭୋଟ ଭିକ୍ଷା ପାଇଁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ