ପଞ୍ଚାୟତ କାର୍ଯ୍ୟାଳୟରେ ନାଏବ ସରପଞ୍ଚ ନାବାଳିକାଙ୍କୁ ଦୁଷ୍କର୍ମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏକ ଦୁଃଖଦ, ଲଜ୍ୱାଜନକ ଅଘଟଣ ଘଟିଛି. ପଞ୍ଚାୟତବାସୀଙ୍କ ସମସ୍ୟାକୁ ସମାଧାନ କରିବା ସହ ସାଧାରଣଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇଵା ପାଇଁ ରହିଥିବା ସରପଞ୍ଚଙ୍କ କାର୍ଯ୍ୟାଳୟରେ ଜଣେ ନାଏବ ଅମାନୁଷିକ ଭାବେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ସମଗ୍ର ଗଜପତି ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି.ଜନୈକା ନାବାଳିକାଙ୍କୁ ପରିସଲ ପଞ୍ଚାୟତର ନାଏବ ସରପଞ୍ଚ ଦୁଷ୍କର୍ମ କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାଆ. ଏ ନେଇ ସେ ଗଜପତି ଜିଲ୍ଲା ରାମଗିରି ଥାନାରେ ଏକ ଏତଲା ଦାୟର କରିଛନ୍ତି. ପୁଲିସ କେସ ନଂ ୩୭/୨୨ ପ୍ରକାରେ ଆଇପିସି ଧାରା ୩୭୬(୩)/ ୩୪୨/୫୦୬ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି. ଘଟଣା ପରେ ଅଭିଯୁକ୍ତ ନାଏବ ସରପଞ୍ଚ ଫେରାର ଥିବା ଏବଂ ଗିରଫ ପାଇଁ ଉଦ୍ୟମ ଚାଲିଥିବା ତଦନ୍ତକାରୀ ପୁଲିସ ଏଏସଆଇ ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି. ଅଭିଯୋଗ ଅନୁଯାୟୀ, ମକାଵାଡ଼ରେ କାମ କରୁଥିବା ୧୪ ବର୍ଷୀ ନାବାଳିକା ଜଣକ କାମ ସାରିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଣି ସୁବିଧା ଥିବାରୁ ମା ଓ ଅନ୍ୟ ମହିଳା ଶ୍ରମିକଙ୍କ ସହ ସେଠାକୁ ଖାଇବା ପାଇଁ ଯାଇଥିଲେ. ପରେ ନାବାଳିକା ଜଣକ ପିଇବା ପାଣି ପାଇଁ ଯାଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ନାଏବ ସରପଞ୍ଚ ଜୟଦେବ ଆନନ୍ଦ ପିଇବା ପାଇଁ ଭଲ ପାଣି ପଞ୍ଚାୟତ ଅଫିସ ଭିତରୁ ଆଣ ବୋଲି ନାବାଳିକାକୁ ପଠାଇଥିଲେ. ହେଲେ ନିରୋଳାର ସୁଯୋଗ ନେଇ ନାଏବ ସରପଞ୍ଚ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ କରାଯାଇଛି. ଏନେଇ ଏକ ଲିଖିତ ଅଭିଯୋଗ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ମଧ୍ୟ ପ୍ରେରଣ କରାଯାଇଥିବା ଜଣାପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ