ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବିକାଶଦେଇପୁର ବାସୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ସାଧାରଣ ଜୀବନଯାପନରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବାଲିଆପାଳ ବ୍ଳକ ସାଉଡ଼ି ପଞ୍ଚାୟତର ବିଶିକାଦେଇପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ସୋମବାର ଫେରାଦ ହୋଇଛନ୍ତି । ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ସେମାନଙ୍କ ଗ୍ରାମକୁ ରାସ୍ତାଟିଏ ନଥିବା ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି । ବିଲ ହିଡ଼ରେ ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଯାତାୟାତ କରିଥାନ୍ତି । ସବୁଠାରୁ ବଡ଼କଥା ହେଲା ବର୍ଷା ଦିନରେ ହଡ଼ି ବୁଡ଼ିଯିବା ସମୟରେ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥାଏ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଗାଁ’ମୁଖ୍ୟ ରାସ୍ତାରୁ ମାତ୍ର ଦୁଇ କିଲୋମିଟର ଦୂର ହୋଇଥିବା ବେଳେ ପ୍ରତିଟି କ୍ଷେତ୍ରରେ ଗ୍ରାମବାସୀ ଅବହେଳାର ଶିକାର ହୋଇ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ବିଭିନ୍ନ ଲୋକଭିମୁଖୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ଏହି ଗାଁ’ ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନିର୍ମାଣ ହୋଇ ନ ପାରିବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି । ନିର୍ବାଚନ ବେଳେ ପ୍ରଚାର ପାଇଁ ଆସୁଥିବା ନେତା ପ୍ରାର୍ଥୀ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଉଥିବା ବେଳେ ନିର୍ବାଚନ ପରେ ସବୁ ଭୁଲିଯା’ନ୍ତି । ଏନେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରୀ କଲେ ବି ଫଳ କିଛି ନହେବାରୁ ଶେଷରେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନିଆଯାଇଥିବା ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଶୁଭଜିତ ବେରା, ଯୁଧିଷ୍ଟିର ମଲିକ, ଚତୁର୍ଭୂଜ ମଲିକ, ଅନନ୍ଦ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ