ପଞ୍ଚାୟତ ର କଲ୍ୟାଣମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ମୂଳାଗଡ଼ ନେତ୍ରାନନ୍ଦ ସାହୁ ମହିଳା ମହାବିଦ୍ୟାଳୟ ନିକଟରେ କାକଟପୁର ପଞ୍ଚାୟତ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ ହୋଇଯାଇଛି ।ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗଦେଇ ନଡ଼ିଆ ବାଡ଼େଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ, ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ, ତହସିଲଦାର ବିରଞ୍ଚି ନାରାୟଣ ବେହେରା, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, କାକଟପୁର ପଞ୍ଚାୟତ ବିଜେଡି ସଭାପତି ପ୍ରଫୁଲ୍ଲ ରଥ, ୱାର୍ଡ ସଭ୍ୟ କାଳନ୍ଦୀ ଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ମଣ୍ଡପ ପାଇଁ ୩୫ ଲକ୍ଷ ବ୍ୟୟବରାଦ ହୋଇଥିବାବେଳେ ଏହା ଧର୍ମାନୁଷ୍ଠାନ କାର୍ଯ୍ୟ, ବିବାହ ଉତ୍ସବ ,ପୂଜା , ବିଭିନ୍ନ ସାଂସ୍କୃତିକ ଉତ୍ସବ ପ୍ରମୁଖ କାର୍ଯ୍ଯ ରେ ଲାଗିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ । କାକଟପୁର ଅଞ୍ଚଳରେ ଏପରି ଏକ ନୂତନ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ