ପଞ୍ଚାୟତ ସମିତି ର ପ୍ରଥମ ବୈଠକ, ବିଭିନ୍ନ ବିଭାଗର ଅନୁପସ୍ଥିତିକୁ ନେଇ ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ରରହିବାକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଯୋଗଦେଇ ଶିକ୍ଷା, କୃଷି, ଖାଉଟି ଯୋଗାଣ, ଅଙ୍ଗନବାଡି, ପଶୁ ପାଳନ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମା ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ବିଡିଓ ବୀନିତା ବିଜୟିନୀ ଅତିଥି ପରିଚୟ ପ୍ରଦନ କରିଥିଲେ । ଏହି ଅବସରରେ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ର ବ୍ଲକରେ ୪୫ହଜାର ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ ପାଞ୍ଚହଜାର ଚାଷୀ ଯୋଜନାରୁ ବଞ୍ଚିତ ହୋଇଥବବା ନେଇ ସୁଚନା ଦେଇଥିଲେ । ଆଧାର ଓ ରାସନକାର୍ଡ ଜନିତ ତ୍ରୁଟି ଯୋଗୁଁ ୩ହଜାର ଓ ଭୁଲ ବ୍ୟାଙ୍କ ଏକାଉଣ୍ଟ ଯୋର୍ଗୁ ୩୦୩ଜଣ ବଞ୍ଚିତ ହୋଇଥବବାେ ସୁଚନା ଦେଇଥିଲେ । ସେହିପରି ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ବ୍ଲକରେ ମୋଟ ୯୪ଜଣ ଶିକ୍ଷକ ଅଭାବ ଥିବା ନେଇ ସୁଚନା ଦେବାସହ ସରକାରଙ୍କ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ । କିଛି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥବବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି ସେ ସୁଚନା ଦେଇଥିଲେ । ସେହିପରି ଜଳଯୋଗାଣ ବିଭାଗର ସହକାରୀଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ଓ କନିଷ୍ଠଯନ୍ତ୍ରୀ ଅବନ୍ତୀ ନାୟକ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଯେଉଁ ସ୍ଥାନରେ ପାନୀୟ ଜଳର ଅଭାବ ଦେଖା ଦେଇଛି ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବା ସହିତ ସରପଞ୍ଚମାନେ ଲିଖିତ ଆକାରରେ ଜଣାଇଲେ ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବ୍ଲକ ପଣୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀରଞ୍ଜନ ରାୟ ବ୍ଲକରେ ମୋଟ ୧୫ଟି ପଶୁଧନ ନୀରିକ୍ଷକ କାର୍ଯ୍ୟାଳୟ ଥିବାବେଳେ ମାତ୍ର ୭ଜଣ ପଶୁଧନ ନୀରିକ୍ଷକ ଥିବାରୁ ଉପଯୁକ୍ତ ପ୍ରାଣୀ ଚିକିତ୍ସାସେବା ହୋଇପାରୁ ନାହିଁଁ ବୋଲି ଗୃହରେ ଜଣାଇଥିଲେ । ମହିଳା ଓ ଶିଶୁବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ ଅଙ୍ଗନବାଡି ଶ୍ରେଣୀଗୃହ ଗୁଡିକ ଅଧାପନ୍ତରିଆ ହୋଇ ପଡିଥିବାରୁ ତାହାକୁ ପୁର୍ଣ୍ଣାଙ୍ଗ କରିବା ଉପରେ ବିଧାୟକ ଓ ବିଡିଓ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଅଙ୍ଗନବାଡି ଗୃହ କାମ ସମ୍ପୁର୍ଣ୍ଣ ହେଉ ନଥିବାରୁ ଅନେକ ସ୍ଥାନରେ ଖୋଲା ବାରଣ୍ଡାରେ ଅଙ୍ଗନବାଡି ଚାଳୁଛି ବୋଲି ସେ ସୁଚନା ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନା ଆଲୋଚନାରେ ଅନେକ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ସ୍ୱଚ୍ଛତା ନଥିବା ନେଇ ଅଭିଯୋଗ ହୋଇଥିଲା । ଅନେକ ପଞ୍ଚାୟତରେ ହିତାଧିକାରୀମାନେ ଠିକ ଭାବରେ ଚାଉଳ, କିରୋସିନି ଓ ଗହମ ପାଉନଥବବା ନେଇ ସଭ୍ୟମାନେ ଅସେନ୍ତାଷ ପ୍ରକାଶ କରିଥିଲେ । କିଛି ରିଟେଲର ଶହଶହ କୁଇଣ୍ଟାଲ ଚାଉଳ ବିକିଦେଇଥିବା ନେଇ ବିଧାୟକ ଅଭିଯୋଗ କରିବା ସହିତ ଆଗାମି ୭ଦିନ ଭିତରେ ଚାଉଳ ବଣ୍ଟନ କରାନଗଲେ ସେମାନଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ଦେବାକୁ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଗୃହକୁ ଜଣାଇଥିଲେ । ସେହିପରି ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ୪୫୦୦ଲୋକ ଆବେଦନ କରିଥିବାବେଳେ କେନ୍ଦୁଝର ଜିଲ୍ଲା ପାଇଁ ଭତ୍ତା ଅନୁମୋଦନ ହୋଇ ନଥିବା କାରଣରୁ ନୁଆ ଭତ୍ତା ମିଳୁନଥିବା ନେଇ କିରାଣୀ ଅବିନାଶ ପତି ସୁଚନା ଦେଇଥିଲେ । ବିଧାୟକ ଓ ଜିଲ୍ଲାପରିଷଦ ସଦସ୍ୟମାନେ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ବିଧାୟକ ସୁଚନା ଦେଇଥିଲେ । ଏହି ବୈଠକରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହିତ ସରପଞ୍ଚ ରବିନ୍ଦ୍ର ଜେନା, ରମାକାନ୍ତ ନାୟକ, ନିରୁପମା ନନ୍ଦି, ଦିନେଶ ସେଠୀ, ହେମଲତା ଜେନା ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, ପ୍ରମୁଖ ସେମାନଙ୍କ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ପ୍ରଶ୍ନକରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ଜଂଗଲ ବିଭାଗ, ଜଳସମ୍ପଦ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଅନୁପସ୍ଥିତ କାରଣରୁ ବୈଠକରେ ଉଦବେଗ ପ୍ରକାଶ ପାଇବାସହିତ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପାଇଁ ନିଷ୍ପତି ହୋଇଥିଲା । କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ମିନାକ୍ଷୀ ମୋନାଲିସା ଜେନା, ସ୍ୱର୍ଣ୍ଣରାଣୀ ପୃଷ୍ଟି, ମାନସୀ ନାୟକ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଜିପିଓ ନବୀନ ଚନ୍ଦ୍ର ନାୟକ, ସିପି ସୁବ୍ରତ କୁମାର ନାୟକ, ଏସିପି ପ୍ରଶାନ୍ତ କୁମାର ସେଠୀ, କର୍ମଚାରୀ ବିନୋଦ କୁମାର ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ