ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ସଭା ଗୃହ ଠାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକ ରେ ବିଭିନ୍ନ ବିଷୟରେ ଆଲାଚନା କରାଯାଇଥିଲା। କାର୍ଯ୍ୟସୂଚୀ ଅନୁସାରେ ପୂର୍ବସୂଚୀ ପ୍ରକାରେ ପୂର୍ବ ବୈଠକ ର ବିବରଣୀ ପଠନ ଓ ଦୃଢ଼ୀକରଣ ଓ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ପରିମଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା , ସମନ୍ୱିତ ଶିଶୁ ବିକାଶ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା,ବିଭିନ୍ନ ଜନକଲ୍ୟଣ କାରି ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ବୈଠକ ରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ , ଜିପିଓ ଜି.ରବି କୁମାର, ଶେରଗଡ଼ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ, ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ସରପଂଚ ଉଦୟ ନାଥ ପ୍ରଧାନ, କୃଷ୍ଣ ଚନ୍ଦ୍ର ସୁଆସିଆ, ଗୁରୁନାଥ ପୋଲାଇ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜିର ଏହି ସାଧାରଣ ବୈଠକ ଟି ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ହୋଇଥିବାରୁ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।


