ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଙ୍କ ଲଟେରୀ ଅଫର୍
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-କଳାହାଣ୍ଡି ରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ଵାଚନ ।ଏଥିପାଇଁ ଆଜି ପ୍ରଚାର ର ଶେଷ ତାରିଖ । ହେଲେ ଏବେ ଚର୍ଚ୍ଚା ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ ଙ୍କ ଲଟେରୀ ଅଫର । ସେ ତାଙ୍କର ଚିହ୍ନ ଖୋଲାଛତା ରେ ଭୋଟଦେବା ନିଵେଦନ କରି ଏକ ଲଟେରୀ କାର୍ଡ ଛାପି ଵାଣ୍ଟୁଛନ୍ତି । ଆସନ୍ତା ମାର୍ଚ ୧୩ ତାରିଖରେ ଏହାର ଉଠାଣ କରାଯିବ । ଏଥିରେ ଗିଫ୍ଟ ଭାବରେ ସୁନା,ରୂପା, ସମେତ 10 ପ୍ରକାଶ ର ଗିଫ୍ଟ ରହିଛି । ଭୋଟର ନିଜ ଇଚ୍ଛା ଅନୁଯାୟୀ ପ୍ରାର୍ଥନୀ ଙ୍କ ଠାରୁ ଲଟେରୀ ଟିକଟ ସଂଗ୍ରହ କରିପାରିବେ । ଯଦି ସେ ଜିତନ୍ତି ଏହି ଲକି ଡ୍ର ତାରିଖରେ ସମସ୍ତ ଙ୍କୂ ଏହା ପ୍ରଦାନ କରିବେ ଏଥିରେ୧୩୦୦ ଟି ପୁରସ୍କାର କୁ ସେ ସାମିଲ କରିଛନ୍ତି । ଲୋକେ ଆସନ୍ତା୧୩ ତାରିଖରେ କୂପନ ଦେଖେଇ କୁହୁରା ପଞ୍ଚାୟତ ପଡିଆ ରୁ ଏହା ସଂଗ୍ରହ କରିପାରିବେ । ତେବେ ଆଜି ପ୍ରଚାର ର ଶେଷଦିନରେ ତାଙ୍କର ଏହି ଚର୍ଚିତ ଲଟେରୀ ଅଫର ବାବଦନେଇ ଚର୍ଚ୍ଚା ରହିଛି ।


