ପଞ୍ଚାୟତ ସ୍ତରରେ ବିଜେଡିର ବିକ୍ଷୋଭ, ପ୍ରତିବାଦ ସଭା ଓ ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ କଟାଯାଇଥିବା ମୁଣ୍ଡ ପିଛା ୫ କେଜି ଚାଉଳ କୁ ପୁଣି ଥରେ କେନ୍ଦ୍ରସରକାର ସମସ୍ତ ରାସନ କାର୍ଡ ହିତାଧିକାରୀ ଙ୍କୁ ପ୍ରଦାନ କରିବା ଦାବି ରେ ଦିଗପହଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିଜେଡ଼ି ପକ୍ଷରୁ ବୁଧବାର ବିକ୍ଷୋଭ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ରାଜ୍ୟ କମିଟି ଡାକରା କ୍ରମେ ବିଭିନ୍ନ ପଞ୍ଚାୟତରେ କେନ୍ଦ୍ରସରକାରଙ୍କ ବିରୋଧରେ ଅନୁଷ୍ଠିତ ସଭା ଓ ଶୋଭାଯାତ୍ରା ମାନଙ୍କରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଏବଂ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ଭାଜପା ନେତୃତ୍ଵାଧୀନ କେନ୍ଦ୍ର ସରକାର ପ୍ରତି ହିତାଧିକାରୀଙ୍କ ୫ କିଲୋ ଚାଉଳ କାଟି ଦେଇଥିବା ରୁ ଗରିବ ହିତାଧିକାରୀଙ୍କ ହକ ପାଇଁ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ କର୍ମୀମାନେ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ଆୟୋଜନ କରିଥିଲେ। ସେହିପରି ସିଦ୍ଧେଶ୍ଵର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ସରପଞ୍ଚ ବିଜୟ କୁମାର ପ୍ରଧାନ ଯୋଗ ଦେଇ କେନ୍ଦ୍ରସରକାରଙ୍କ ଗରିବ ମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଫାସିଗୁଡ଼ା ପଞ୍ଚାୟତରେ ନକୁଳ ପ୍ରଧାନ, ସିମାଞ୍ଚଳ ବିଷୋୟୀ,ଅଶ୍ଵିନୀ ବିଷୋୟୀ ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବଡଡୁମ୍ବୁଳା ପଞ୍ଚାୟତରେ ସରପଞ୍ଚ ଗୀତାଞ୍ଜଳି ଜାନୀ ଏବଂ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀଙ୍କ ଉପସ୍ଥିତିରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜକର, ଆଙ୍କୋରଡ଼ା, ଚଷା ନିମଖଣ୍ଡି , କଇଠଡା , କଇଠଖଣ୍ଡି ଭଳି ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


