ପଞ୍ଚାୟତ ହାଇସ୍କୁଲ ପୁରୁଷୋତ୍ତମପୁରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ସରକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ସାମଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ଚରଣ ସେଠୀ, ପ୍ରାକ୍ତନ ରାଜ୍ୟ ଓଷ୍ଟା ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ସମବାୟବିତ୍ ମହେନ୍ଦ୍ର କୁମାର ପରିଡା, ପରିଚାଳନା ପରିଷଦ ସଭାପତି ବିଷ୍ଣୁ ଚରଣ ବିଶ୍ୱାଳ, ଶିକ୍ଷକ ନେତା ଚିତ୍ତରଞ୍ଜନ କବି, ନାରାୟଣ ପଣ୍ଡା, ପରିବେଶବିତ୍ କାଶିନାଥ ରାଉତରାୟ, ଅଶୋକ କୁମାର ପରିଡା, ସିଆର୍ସିସି ମହେନ୍ଦ୍ର କୁମାର ସେଠୀ, ଅଭୟ କୁମାର ମହାନ୍ତି, ରାଜକିଶୋର ନାୟକ, ପୁରୁସ୍ତମ ପରିଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଦୁଇ ବିଦାୟୀ ଶିକ୍ଷକଙ୍କର ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି କର୍ତ୍ତବ୍ୟ ନିଷ୍ଠା ସହ ଅମାୟିକ ବ୍ୟବହାର ଓ ଉଚ୍ଚ କୋଟୀର ଶିକ୍ଷାଦାନ ପାଇଁ ପୁରୁଷୋତ୍ତମପୁର ପଞ୍ଚାୟତର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକ/ଅଭିଭାବିକାଙ୍କ ମହଲରେ ପ୍ରିୟପାତ୍ର ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ନନ୍ଦ ଦ୍ୱଲାଲ ପାହାଡି ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଷାରକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ସମାଜସେବୀ ଗୋଲକ ଚନ୍ଦ୍ର ପାଳ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସୁରେଶ ଚନ୍ଦ୍ର ସ୍ୱାଇଁ, ଶାକ୍ୟ ସିଂହ ରାଉତ, ମଥୁରୀ ଜେନା, ବସନ୍ତ କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପ୍ରାକ୍ତନ ଛାତ୍ର, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା, ଅଭିଭାବକ/ଅଭିଭାବିକାଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ପଙ୍କଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଦ୍ୱୟଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।