ପଞ୍ଚା ଦିନାତ୍ମକ ବସନ୍ତ ରାହାସ ଯାତ୍ରା ଉଦଯାପିତ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଡ ଠାରେ ପ୍ରସିଦ୍ଧ ଶ୍ରୀ ଶ୍ରୀ ବସନ୍ତ ରାହାସ ଯାତ୍ରା ୫ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ  ହୋଇଯାଇଛି l ଏହି  ଅଞ୍ଚଳରେ ଏହି ଯାତ୍ରା ବଡ଼ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ ଜିଲ୍ଲା ର କୋଣ  ଅନୁକୋଣ ରୁ ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି l ତେବେ କରୋନା କଟକଣା ଯୋଗୁଁ ଏହିପର୍ବ କେବଳ ସିମିତ ଭକ୍ତଙ୍କ ସହିତ କମିଟି ର କର୍ମକର୍ତ୍ତା ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ଶ୍ରୀ ଶ୍ରୀ ରାଧା କୃଷ୍ଣ ମହା ପ୍ରଭୁ ଙ୍କ ପଞ୍ଚ ଦିନାତ୍ମକ ପବିତ୍ର ରାହାସ ଯାତ୍ରା କୋଭିଡ଼ ନିୟମ ଅନୁଯାୟୀ ଆୟୋଜିତ ହୋଇଯାଇଛି ।ଏହି ପାରମ୍ପlରିକ ଯାତ୍ରା ପ୍ରତ୍ୟେକ ଦିନ ଅପରାହ୍ନ ପାଞ୍ଚ ଘଣ୍ଟିକା ରୁ ରାତ୍ର ନଅ ଘଣ୍ଟିକା ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ପ୍ରକାରେ ଶ୍ରୀ ଶ୍ରୀ ରାଧା କୃଷ୍ଣ ମହା ପ୍ରଭୁ ନଗର ପରିକ୍ରମା କରୁଥଲେ ।ଏହି ସମୟରେ ନଗର ବାସୀ  ବାଜା ବାଦ୍ୟ ଓ ପାରମ୍ପlରିକ ସଙ୍କୀର୍ତ୍ତନ ତଥା ବିଭିନ୍ନ ପଟୁଆର ରେ ଠାକୁର ଙ୍କ ସ୍ବାଗତ କରି ବହୁ ଆନନ୍ଦ ଉଲ୍ଲାସରେ ସାହି ପରିକ୍ରମା କରିଥିଲେ l ପ୍ରଥମ ଦିବସରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ସମତେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ ,ଶେଷ ତଥା ଉଦଯାପିତ ଦିନ   ସାରଙ୍ଗଡ ର ପୁରାତନ ସଂସ୍କୃତି ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଏବଂ ମାତା ସୀତାଙ୍କର ବେଶ ପଟୁଆର ପ୍ରଦର୍ଶିତ କରା ଯାଇଥିଲା ।ଏହି ସମୟରେ ଅଞ୍ଚଳର ଜନ ସାଧାରଣ ବହୁ ଆନନ୍ଦ ର ସହ ଠାକୁରଙ୍କ ନଗର ଭ୍ରମଣ ରେ ନିଜକୁ ସାମିଲ କରିଥିଲେ l ଶ୍ରୀ ଶ୍ରୀ ରାଧା କୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବାଦ୍ୟ ପରିବେଷଣ କରି ପରିକ୍ରମା କରୁଥିବା ଦୃଶ୍ୟ ଅତ୍ୟନ୍ତ ନିଆରା ଥିଲା l ଯୁବକ ସଂଘ ର ସଦସ୍ୟ ମାନେ ସାଜସଜ୍ଜା ଓ ନଗର ଭ୍ରମଣ ଦାୟିତ୍ଵ ସମ୍ପାଦନା କରିଥିଲେ l ଶ୍ରୀ ଶ୍ରୀ ରାଧା କୃଷ୍ଣ ଗ୍ରାମ୍ୟ କମିଟି ଏବଂ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ନିର୍ମାଣ କମିଟିର ପ୍ରତ୍ୟକ୍ଷ  ତତ୍ଵାବଧାନରେ ମହାପ୍ରଭୁ ଙ୍କ ର ପଞ୍ଚ ଦିନାତ୍ମକ ଯାତ୍ରା ପରିଚାଳନା ଶୃଙ୍ଖଳିତ ଭାବେ ବୈଦିକ ରୀତି ଅନୁଯାୟୀ ଯାତ୍ରା ସମାପନ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ