ପଞ୍ଚୁ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

ପୋଲସରା, (ଅନିଲ କୁମାର ମହାରଣା):ସୋମବାର ଦିନ ସକାଳେ ପୋଲସରା ଥାନା ଅନ୍ତର୍ଗତ ପାତାଳସିଂ ଗ୍ରାମ ରେ ଘଟିଥିବା ପଞ୍ଚୁ ସାହୁ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ସୁବଳ ସାହୁ ଓ ତାର ଜଣେ ସହଯୋଗୀ କୈଳାସ ପ୍ରଧାନ କୁ ପୋଲସରା ପୋଲିସ ଗିରଫ କରିଥିବା ଜଣାପଡିଛି। ଅଗଷ୍ଟ ୯ ତାରିଖ ଦିନ ପୋଲସରା ଥାନାରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ଯେ ପଞ୍ଚୁ ସାହୁ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ସୁବଳ ସାହୁ ଓ ସହଯୋଗୀ କୈଳାଶ ପ୍ରଧାନ କୁ ଗିରଫ କରାଯାଇଛି। କୁମାରୀ ଗ୍ରାମରେ ସୁବଳ ସାହୁ ଆତ୍ମଗୋପନ କରିଥିବା ସୂଚନା ପାଇ ପୋଲିସ ସେଠାରେ ଚଢାଉ କରି ସୁବଳ ସାହୁ କୁ ଗିରଫ କରିଥିଲେ। ସେହିପରି ଏହି ହତ୍ୟାକାଣ୍ଡ ସହ ଅଭିଯୁକ୍ତ ପାତାଳସିଂ ଗ୍ରାମ ର କୈଳାସ ପ୍ରଧାନ କୁ ମଧ୍ୟ ପୋଲିସ ଗିରଫ କରିବା ରେ ସଫଳ ହୋଇଛି। ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ସେହିପରି ଗତ ୬ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ଗୋଛାବାଡି ଗ୍ରାମର ଗୋପାଳ କୃଷ୍ଣ ମହାରଣା ଗୋଟିଏ ମୋପେଡ୍ ଗାଡ଼ି ରେ ଫେରିବା ସମୟରେ ଗମ୍ଭାରିଆ ନାଳ ନିକଟରେ ଭାଲିଆମାଳ ଗ୍ରାମର ସଞ୍ଜୟ ଶବର , ଜରା ଶବର ଓ ସୁନା ଶବର ତାଙ୍କୁ ଅଟକେଇ ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ଗୋପାଳ କହିବାରୁ ସେମାନେ ବ୍ଳାଙ୍କ ଫାଇରିଂ କରି ଗୋପାଳଙ୍କ ମୋପେଡ୍ ଗାଡିକୁ ଛଡ଼ାଇ ନେଇଥିଲେ। ଏ ସମ୍ପର୍କରେ ଗୋପାଳ ଥାନା ରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସମସ୍ତ ତିନି ଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରକାଶ କରିଥିଲେ। ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଏହି ସୂଚନା ଦେବା ସମୟରେ ଅତିରିକ୍ତ ଥାନା ଅଧିକାରୀ କୃଷ୍ଣ ସାହା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ