ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨୭ତମ ପ୍ରତିଷ୍ଠା ଦିବସ କେନ୍ଦ୍ରାପଡା କଲେଜ ଶାଖାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶାଖା ପରିଚାଳକ ନରୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କ ଶାଖା ପରିସରରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖା କର୍ମଚାରୀମାନଙ୍କର ଗ୍ରାହକମାନଙ୍କ ପ୍ରତି ସହଯୋଗର ହାତ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ କଲେଜର ପ୍ରାକ୍ତନ ପ୍ରାଧ୍ୟ।।ପକ ଡଃ. ଗିରିଶ ଚନ୍ଦ୍ର ପାତ୍ର ଯୋଗଦେଇ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟାବଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାରେ ବ୍ୟାଙ୍କର ଏକ ଏଟିଏମ କଲେଜ ପରିସରରେ ଖୋଳାଯିବାକୁ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଡେପୁଟୀ ମ୍ୟାନେଜର ଗଣେଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ କର୍ମଚାରୀଙ୍କ ସମେତ କଲେଜର ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଗୈାରପ୍ରସାଦ ଷଡଙ୍ଗୀ, ରମାନାଥ ମହାନ୍ତି, ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ଗଙ୍ଗାଧର ସାହୁଙ୍କ ସମେତ ବହୁ ଗ୍ରାହକ ଉପସ୍ଥିତ ଥିଲେ ।