ପଞ୍ଜିକୃତ ଚାଷୀ ଙ୍କ ଧାନ ସରକାରୀ ଦରରେ କିଣିବା ପାଇଁ ଋଷିକୂଲ୍ୟା ରୟତ ମହାସଭାର ଦାବିପତ୍ର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକରେ ପଞ୍ଜିକୃତ ଚାଷୀ ଙ୍କ ଧାନ ସରକାରୀ ଦରରେ କିଣିବା ପାଇଁ ଋଷିକୁଲ୍ୟା ରୟତ ମହାସଭା ତରଫରୁ ସମ୍ପାଦକ ସିମାଞ୍ଚଳ ନାହାକ ତତ୍ତ୍ୱାବଧାନରେ ଏକ ବୈଠକ ହେବା ସହ ଗଞ୍ଜାମ ବିଡ଼ିଓ ଯସ୍ମୀନ ପ୍ରଧାନ ଓ ତହସିଲଦାର ଅରୁଣ କୁମାର ନାୟକଙ୍କୁ ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ଦର୍ଶାଯାଇଛି ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ସୋସାଇଟି ଓ ମହିଳା ଗ୍ରୁପ ଦୈନିକ ପାଞ୍ଚଶହ କ୍ଵ୍ୟୁଣ୍ଟାଲଧାନ କିଣିବା ପାଇଁ ଏମ ଆଇ ଏବଂ ସି ଇ ଓ ମିଶନ ଶକ୍ତି ଦ୍ୱାରା ମିଳିତ ଯୋଜନା କରି କାର୍ଯ୍ୟକାରୀ କଲେ ଧାନ ଠିକ ସମୟରେ କିଣା ଯାଇପାରିବ l ଟୋକେନ ଲାପ୍ସ ହେବ ନାହିଁ l ଯଦି ଟୋକେନ ଲାପ୍ସ ହୁଏ ତେବେ ସରକାରୀ ଅଧିକାରୀ ମାନେ ଦାୟୀ ରହିବେ lକେତେକ ସୋସାଇଟି ଓ ଗ୍ରୁପ ମାନେ ଚାଷୀ ମାନେ ମିଲ ରେ ନେଇ ଧାନ ଦେବାକୁ କହୁଛନ୍ତି ଯାହା ନିୟମ ବିରୁଦ୍ଧ l ଏଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଧାନ କିଣା କେନ୍ଦ୍ର ଖୋଲି ଧାନ ନିୟମିତ କିଣିବା ପାଇଁ ନିର୍ଦ୍ଧେଶ ଦିଆଯାଉ l ଚାଷୀ ଙ୍କ ଅଖା ଟଙ୍କା ଫେରାଇ ଦେବାକୁ ନିର୍ଦ୍ଧେଶ ଦିଆଯାଉ l ଏଫ ଏ କ୍ଵ୍ୟୁ ନାମରେ କଟକଣା ଛଟଣି ବନ୍ଦ କରାଯାଉ lପ୍ରତି ଗ୍ରାମରେ ଚାଷୀ କମିଟି ଗଠନ କରି ତାଙ୍କ ପରାମର୍ଶରେ ଧାନ କିଣା ଯାଉ l ପ୍ରତି ସୋସାଇଟି ଓ ଗ୍ରୁପରେ ପାନୀୟ ଜଳ, ଜରି ପାଲ, ଗ୍ରେଡିଙ୍ଗ ଓଜନ ମେସିନ ଏବଂ ଗୋଦାମ ଗୃହର ବ୍ୟବସ୍ଥା କରିବାକୁ ବାଧ୍ୟ କରାଯାଉ lଧାନ କିଣାରେ ସ୍ଵଛତା ଆଣିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଉ l ଧାନ କିଣା ବେଳେ ଚାଷୀ ଙ୍କୁ ଭେଣ୍ଡେର ରାଶି ଦେବାକୁ ବାଧ୍ୟ କରାଯାଉ l ଧାନ କିଣା ସମସ୍ୟା ଜଣାଇବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଉ lପଞ୍ଚାୟତ ସ୍କୁଲ ରେ ଚାଷୀ କମିଟି ଗଠନ ରାଜସ୍ବ ଅଧିକାରୀ, କୃଷି ଅଧିକାରୀ ଓ ଏମ ଆଇ ମାନଙ୍କ ଠାରୁ ଧାନ ଠିକ ସମୟରେ କିଣିବା ପାଇଁ ବ୍ୟବସ୍ଥା କରାଯାଉ ପ୍ରମୁଖ ଦଶ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା l


