ପଟ୍ଟାଙ୍ଗିର ୩ ଛାତ୍ର ନିଖୋଜ ,ଚିନ୍ତାରେ ପରିବାରବର୍ଗ

କୋରାପୁଟ,(ହେମନ୍ତ ପାଣଗ୍ରାହୀ): ପଟାଙ୍ଗି ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଥୁବା ପ୍ରଦ୍ୟୁମ୍ନ ନାରାଜି,ଅରୁଣ ପାଲି ଓ କେ ସୁନିଲ ୩ଜଣ ସାଙ୍ଗ ୨୮ ତାରିଖ ସନ୍ଧ୍ୟାରେ ଟିଉସନକୁ ଯିବା ପାଇଁ ବ୍ୟାଗ ଧରି ଘରୁ ବାହାରିଥିଲେ ।ହେଲେ ସେମାନେ ଟିଉସନକୁ ଯାଇ ନାହାନ୍ତି ବା ଘରକୁ ଫେରି ନାହାଁନ୍ତି । ସେମାନେ କୁଆଡେ ଯାଇଛନ୍ତି କାହାରି ନିକଟରେ କୌଣସି ସୂଚନା ନାହିଁ । ୩ ଜଣ ଛାତ୍ର କାହାରିକୁ କିଛି ନ କହି କୁଆଡେ ଯାଇଛନ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ୩ଜଣ କଥା ହୋଇ କୁଆଡେ ଯାଇଛନ୍ତି ନା କେହି ଅପହରଣ କରି ନେଇଯାଇଛନ୍ତି ସେହି ଚିନ୍ତାରେ ୩ଛାତ୍ରଙ୍କ ପରିବାର ଓ ଗ୍ରାମବାସୀ। ଅତୀତରେ ଏଠାରେ ଜଣଙ୍କୁ ଅପହରଣ କରି ଗଣେଶ ମନ୍ଦିର ନିକଟରେ ହତ୍ୟା କରାଯାଇଥିବା ଘଟଣା ଘଟି ଥିବାରୁ ୩ ଜଣ ଛାତ୍ରଙ୍କ ପରିବାର ବଡ ଚିନ୍ତାରେ ରହିଛନ୍ତି । ପଟାଙ୍ଗୀ ଅଞ୍ଚଳରୁ ଅନେକ ଲୋକ କାମ କରିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳକୁ ଯାଇଛନ୍ତି ।ଏଣୁ ଏହି ୩ଜଣ ପିଲା ମଧ୍ୟ କାହା ସଂପର୍କ ରେ ରହି କାମ କରିବା ପାଇଁ ଚାଲିଯାଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି।ଏସଂପର୍କରେ ପଟାଙ୍ଗି ଥାନାରେ ପରିବାରବର୍ଗ ଲିଖିତ ଭାବେ ଜଣାଇଛନ୍ତି । ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ