ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷଙ୍କ ନିଯୁକ୍ତି ଜାଲିଆତି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠିଙ୍କ ନିଯୁକ୍ତିରେ ଜାଲିଆତିରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କ ଷ୍ଟେନୋଙ୍କ ସଂପୃକ୍ତି ଘଟଣାରେ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୯୮୮ମସିହାରୁ ନାରୀମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ଉଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଗତ ୨୦୧୨ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ବିପିନ ବିହାରୀ ବାରିକଙ୍କ ସମୟରେ ଅସୁମାରୀ ଦୁର୍ନୀତି ଓ ନିଯୁକ୍ତିଗତ ଜାଲିଆତି ନେଇ କଲେଜର ଦୁର୍ନାମ ବଢିବା ସହ ଓଡିଶା ଲୋକାୟୁକ୍ତ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ତଦନ୍ତ କାଳରେ ଏହି ଦୁର୍ନୀତି ଓ ନିଯୁକ୍ତି ଜାଲିଆତିକୁ ସ୍ପଷ୍ଟ କରିଛନ୍ତି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାଇ ବର୍ତ୍ତମାନ ସେହି କଲେଜର ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ରମେଶ ଦେଠି ରେଭେନସା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାଶ କରିଥିବା ସମ୍ପର୍କରେ ଗତ ୨୭.୦୬.୨୦୧୫ରିଖରେ ସାର୍ଟିଫିକେଟ ଓ ମାର୍କସିଟ ହାସଲ କରିଥିବା ବେଳେ ଏହାର ୨ବର୍ଷ ପୂର୍ବରୁ ଅର୍ଥାତ ଗତ ୧୪.୦୮.୨୦୧୩ମସିହାରେ ତାଙ୍କୁ କିଭଳି ଓ କେଉଁ ପ୍ରମାଣପତ୍ର ବଳରେ ସେହି କଲେଜରେ ନିଯୁକ୍ତି ପ୍ରଦାନ କରାଗଲା ବୋଲି ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାଇ ଅଧ୍ୟକ୍ଷ ଶ୍ରୀ ଦେଠିଙ୍କ ନିଯୁକ୍ତିକୁ ବାରମ୍ବାର ପିଛିଲା ତାରିଖକୁ ପରିବର୍ତ୍ତନ କରାଯାଇଥିବା ଲୋକାୟୁକ୍ତଙ୍କ ରିପୋର୍ଟ ଅନୁଯାଇ ୧.୦୭.୨୦୧୪ରେ ନିଯୁକ୍ତି ପାଇଥିବା, ଗତ ୧୭.୦୭.୨୦୧୫ରିଖର ନିଯୁକ୍ତି ପାଇଥିବା କେଲଜ ଦରମା ଆକୁଣ୍ଟାନ୍ସ, ଗତ ୨୩.୧୨.୨୦୧୩ରେ ନିଯୁକ୍ତି ପାଇଥିବା ତତକାଳୀନ କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଗତ ୯.୧୦. ୨୦୧୭ମସିହାରେ ରିପୋର୍ଟ ପ୍ରଦାନ ଏବଂ ଗତ ୧୪.୦୮.୨୦୧୩ରିଖରେ ଶ୍ରୀ ଦେଠୀଙ୍କର ଓଭର ରାଇଟିଂ ହୋଇଥିବା ଦୁଇଟି ଯୋଗଦାନ ରିପୋର୍ଟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ଏଣୁ ନାରୀମାନଙ୍କୁ ମୂଲ୍ୟବୋଧ ଓ ଗୁଣାତ୍ମକ ଆଦର୍ଶ ଶିକ୍ଷା ପ୍ରଦାନ ପାଇଁ ପ୍ରତିଷ୍ଠା କରାଯାଇଥିବା ଏହି କଲେଜର ଅଧ୍ୟାପକ, ଅଧ୍ୟକ୍ଷ ଓ ଏପରିକି କଲେଜ ପରିଚାଳନା କମିଟି ମୁଖ୍ୟ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଜାଣତରେ ଏଭଳି ନିୟମିତ ଜାଲିଆତି ଓ ଚଞ୍ଚକତା ଏବଂ ଅବୈଧ ତଥା ବେଆଇନ କାର୍ଯ୍ୟରେ ଲିପ୍ତ କଲେଜ ସଭାପତିଙ୍କ ଷ୍ଟେନୋ କାର୍ତ୍ତିକ ଚନ୍ଦ୍ର ପୃଷ୍ଟିଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ତେଣୁ ଏହି ମହିଳା କଲେଜକୁ ମହାଘୋଟାଲାରୁ ମୁକ୍ତ କରାଯିବାକୁ ଏହିସବୁ ଚଞ୍ଚକତା ଓ ଜାଲିଆତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶିଶିର ସେଣ, ଦେବ ବେହେରା, ପ୍ରକାଶ କୁମାର ଦାଶ, ସେକ ମିର୍ଜା, ତପନ କୁମାର ସାହୁ, ରଚିତା ପ୍ରିୟଦର୍ଶିନୀ, ରଞ୍ଜନ କୁମାର ଦାସ, ଅଞ୍ଜନା ଦାସ, ବିଭୁରଞ୍ଜନ ପଣ୍ଡା, ମନୋଜ କୁମାର ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ