ପଟ୍ଟାରିକ୍ସା ଚାଳକ ସଂଘ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଲକ୍‌ଡାଉନ୍ ପାଇଁ ସବୁଠାରୁ ବିପଦରେ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ନିରାଶ୍ରୟ ଛତ୍ରପୁର ସହରର ପଟ୍ଟା ରିକ୍ସା ଚାଳକ ମାନେ ଏଣୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ସଂଘ ପକ୍ଷରୁ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଭାଗିରଥୀ ବେହେରା, , ଏନ୍‌.ରାମାରାଓ, ମହେଶ ଗୌଡଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଲକ୍‌ଡାଉନ୍‌ରେ ପଟ୍ଟା ରିକ୍ସା ଚାଳକମାନଙ୍କ ରିକ୍ସା ଗଡିବା ବନ୍ଦ ହୋଇଥିବାରୁ ସେମାନଙ୍କ ପରିବାରର ପ୍ରତିପୋଷଣରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ବାଦ ପଢିଛୁ ଆମ୍ଭେ ମାନେ ଏବଂ ଆଜି ଯାଏଁ ସରକାର ଦୃଷ୍ଟି ଆମ୍ଭ ଉପରେ ପଢିନାହିଁ । ଆମ୍ଭେ ମାନେ ଦୈନିକ କୋଠର ପରିଶ୍ରମ କଲେ ହିଁ ଆମ୍ଭ ପରିବାର ଦୁଇଉଳା ଦୁଇମୁଠା ଖାଇବାକୁ ପାଇପାରୁ ତୃତୀୟ ପର୍ଯ୍ୟାୟ ଲଡ ଡାଉନ ଶେଷ ହୋଇ ଆଜି ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଛି ଏହାକୁ ଦୃଷ୍ଟିରେ ରଖି ଆମ୍ଭ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବୀ ପତ୍ର ପ୍ରଦାନ ବେଳେ ବହୁ ପଟା ରିକ୍ସା ଚାଳକ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ