ବାଇକ ସହ ବାଇକ ଧକ୍କା ରେ ୨ମୃତ

ଭଞ୍ଜନଗର ,(ସନ୍ତୋଷ କୁମାର ଜେନା):ସୋମବାର ଅପରାହ୍ନ ୪ଟା ସମୟରେ ତୁରୁମୁ ନିକଟ ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ କାଠଚିରା ଛକରେ ୨ଟି ବାଇକ ମଧ୍ୟରେ ଧକ୍କା ହୋଇ ୨ଜଣଙ୍କର ମୃତ୍ୟୁ ଘଟିଛି।ଗାଲେରୀ ଗ୍ରାମର ବବୁଲୁ ନାୟକ ଓ ଜୁନିଆ ନାୟକ ବାଇକରେ ଆସୁଥିବା ବେଳେ ଆରପଟୁ କୋଟିବାଡ଼ି ଗ୍ରାମର ତୀର୍ଥ ବେହେରା ମାଆ ସୁବାସିନୀ ବେହେରାଙ୍କୁ ବାଇକରେ ବସାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଉଭୟଙ୍କ ବାଇକ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ସୁବାସିନୀ ଓ ବବୁଲୁ ନାୟକ ର ମୃତ୍ୟୁ ହୋଇଥିଲା।ତାରସିଂ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠେଇ ତଦନ୍ତ ଚଳେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ