ପଟ ପରିବର୍ତ୍ତନ କରୁଛି ରାଜ୍ୟ ରାଜନୀତି
ଯୁଗାବ୍ଦ ନ୍ୟୁଜ୍-(ଦିପ୍ତିମୟୀ) ଦେଶରେ ଚାଲିିଥିବା ସାଧାରଣ ନିର୍ବାଚନ ଏବେ ଚୂଡାନ୍ତ ପର୍ଯ୍ୟାୟରେ । ଫଳ ନବାହାରିବା ପୂର୍ବରୁ ସବୁ ରାଜନୈ÷ତି ଦଳ ଆରମ୍ଭ କରିଦେଲେଣି ଗୋଟି ଚାଳନା ଏବେ ସମସ୍ତଙ୍କ ନଜର ଆଞ୍ଚଳିକ ଦଳ ଉପରେ ଯଦି ଆମେ ଓଡିଶା ଉପରେ ନଜର ପକାଇବା ଗୋଟିଏ କଥା ମନକୁ ଆସେ ରାଜନୀତିରେ ସବୁ କିଛି ସମ୍ଭବ ନିର୍ବାଚନ ବେଳେ ବିଜେପି ଓ ବିଜେଡି ମଧ୍ୟରେ ତୁତୁ ମେଁମେଁ ଚାଲିଥିବା ବେଳେ ସାମୁଦ୍ରିକ ଝଡ ଫନୀ ଏହି ସର୍ମ୍ପକରେ କିଛି ପରିବର୍ତ୍ତନ ଆଣିଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନିବୀନ ପଟ୍ଟନାୟକ ଅକ୍ଷେପ ଓ ପ୍ରତିଆକ୍ଷପେ ଚରମ ସୀମାରେ ପହଞ୍ଚିଥିଲା । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠାରୁ ଆରମ୍ଭ କରି ରାଜ୍ୟର ତମାମ ବଡ ନେତା ନବୀନ ପଟ୍ଟନାୟକ ଙ୍କୁ କଡା ସମାଲୋଚନା କରୁଥିଲେ । ନିର୍ବାଚନ ସରିବାର କିଛି ଘଣ୍ଟା ନପୂରୁଣୁ ଦିଲ୍ଲୀ ବିମାନବନ୍ଦରେ ନିବୀନ ଓ ଧର୍ମେନ୍ଦ୍ରଙ୍କ ଭେଟ ରାଜ୍ୟ ରାଜନୀତିରେ ନୂଆ ସମିକରଣ ସୃଷ୍ଟି କରିଥିଲା । ଏହାର କିଛି ଦିନପରେ ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଭୂଇଅସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନବୀନ ଙ୍କ କାର୍ଯ୍ୟକୁ ତାରିଫ୍ କରିଥିଲେ । ଫନୀ ହେବାଆଗରୁ ୩୪୦ କୋଟିର ସହାୟତା ପ୍ରଦାନ କରିବା ଓ ଏହା ପରେ ପୁଣି ୨୦୦୦ ହଜାର କୋଟି ଦେବା ରାଜନୈତିକ ମହଲରେ ଅଲଗା କିଛି ସନ୍ଦେଶ ଯାଉଛି । ଯଦି ଅନ୍ୟ ଏକ ଦିଗକୁ ନଜର ପକାଇଲେ ନବୀନ କେନ୍ଦ୍ରକୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଘର ଯୋଗାଇ ଦେବା ପାଇଁ ଅନୁରୋଧ କରିବା ଏବଂ ଏହି ବାହାନାରେ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ଫନୀ ଆରମ୍ଭ ରୁ ଏବେ ଯାଏଁ କେନ୍ଦ୍ର ସହାୟତା ଯୋଗାଇ ଦେବା ସହିତ ନବୀନ ଙ୍କ କଥା ରକ୍ଷା କରି ଧର୍ମେନ୍ଦ୍ର କିରୋସିନି ଯୋଗାଇ ଦେବା ଲାଗି ତତ୍ପରତା ଦେଖାଇବା ଏହା ସହ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ରାଜନୈତିକ ମହଲରେ ଚର୍ଚ୍ଚା ଯୋରଧରିଛି । କେନ୍ଦ୍ର ଓ ରାଜ୍ୟମଧ୍ୟରେ ନୁଆ ଏକ ସର୍ମ୍ପକ ଆରମ୍ଭ ହେଲା ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ ଆରମ୍ଭ କଲେଣି । ଯଦି ବିଜେପି ର ସଂଖ୍ୟା କମେ ତା ହେଲେ ବିଜେଡିର ହାତ ଧରିବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କଲେଣି । ଏହା ବିଜେପି ଏକ ଚାଲ ନା, ରାଜ୍ୟବାସୀ ଙ୍କ ଆସ୍ଥାଭାଜନ ପାଇଁ ଏହା କରୁଛି ତାହା ସମୟ ଆସିଲେ ଜଣାପଡିବ । ଏ ନୁଆ ସର୍ମ୍ପକ ବାବଦରେ ରଜନୈତିକ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚାର ଖୋରାଗ ଯୋଗାଉଛି । ଏହି ଭଳି ଚର୍ଚ୍ଚାକୁ ଅଧିକ ଶାଣିତ କରୁଛି ବାତ୍ୟାର ଆକଳନ ପାଇଁ ଆସିଥିବା କେନ୍ଦ୍ରିୟ ଟିମ୍ । ଏହି ଟିମ୍ ର ବରିଷ୍ଠ ଅଧିକାରୀ ମାନେ ଓଡିଶାସରକାରଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି । ବାତ୍ୟା ସମୟରେ ରାଜ୍ୟସରକାରଙ୍କ ପୁନରଉଦ୍ଧାର ଥଇଥାନ କାର୍ଯ୍ୟକୁ ତାରିଫ୍ କରିବା ସହ ରାଜ୍ୟ ଓ କେନ୍ଦ୍ରମଧ୍ୟରେ ତାଳମେଳ ରହିଲେ ରାଜ୍ୟର ପ୍ରଗତି ଆଗେଇବ ବୋଲି ସେମାନେ କହିଛନ୍ତି । ସୂଚନା ଅନୁସାରେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଓ ଆଚରଣରେ ପରିବତ୍ତନ ଆଣିଥିବା ଜଣାପଡୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଥିଲେ ଯିଏ ଓଡିଶାର ପ୍ରଗତିରେ ସାହାର୍ଯ୍ୟକରିବ ଆମେ ତାକୁ ସହଯୋଗ ଦେବୁ ବୋଲି କହିଥିଲେ । ଶୁଣାଯାଉଛି ଭାରତବର୍ଷରେ ଆ’ଳିକ ଦଳ ମାନଙ୍କର ପ୍ରଭାବ ବଢିବ । ଏଇ ଭଳି ସମୟ ସମସ୍ତଙ୍କ ନଜର ନବୀନଙ୍କ ଉପରେ ।