ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଲେ ୪୬୮ ପରୀକ୍ଷାର୍ଥୀ
ବନ୍ତ,(ଯୁଗାବ୍ଦନ୍ୟୁଜ): ବନ୍ତ ବ୍ଲକ ଟିଲୋ ସରକାରୀ ହାଇସ୍କୁଲ ଓ ବନ୍ତ ହାଇସ୍କୁଲରେ ୪୬୮ ଜଣ ପରୀକ୍ଷାର୍ଥିୀ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି । ଟିଲୋ ସରକାରୀ ହାଇସ୍କୁଲରେ ପ୍ରଥମ ଷ୍ଟେଜ୍(୬ଷ୍ଠ ଶ୍ରେଣୀ)ରେ ୨୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୨୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଦ୍ୱିତୀୟ ଷ୍ଟେଜ୍(୯ମ ଶ୍ରେଣୀ)ରେ ୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ବନ୍ତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଷ୍ଟେଜ୍(୬ଷ୍ଠ ଶ୍ରେଣୀ)ରେ ୫୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୪୪ ଜଣ ଓ ଦ୍ୱିତୀୟ ଷ୍ଟେଜ୍(୯ମ ଶ୍ରେଣୀ)ରେ ୧୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୧୬୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଟିଲୋ କେନ୍ଦ୍ରରେ କୃଷ୍ଣ ଚନ୍ଦ୍ର ପାଢୀ ଓ ବନ୍ତ କେନ୍ଦ୍ରରେ ପିତବାସ ଜେନା ଅଧିକ୍ଷକ ଭାବେ ଦାୟୀତ୍ୱ ତୁଲାଇଥିଲେ ।


