ପଡୋଶୀ ଘର ପରିତ୍ଯକ୍ତ ଶୌଚାଳୟ ନିକଟରେ ନିଖୋଜ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଛଣପାଳ ଗ୍ରାମର ନିଖୋଜ ବୃଦ୍ଧଙ୍କ ମୃତଦେହକୁ ପୋଲିସ ପଡୋଶୀ ଘରର ପରିତ୍ୟକ୍ତ ପାଇଖାନା ଘର ନିକଟରୁ ଉଦ୍ଧାର କରିଛି । ପ୍ରକାଶ ଥାଉକି ଛଣପାଳ ଗ୍ରାମର ସୁକୁରା ସିଂ(୫୫) ବୁଧବାର ଦିନଠାରୁ ନିଖୋଜ ଥିଲେ । ଶନିବାର ଦିନ କେହି ଶବକୁ ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରିଥିଲେ ।ଶବ ଦେହରେ ପୋକ ହୋଇ ଯାଇଥିବାରୁ ଏବଂ କିଛି ଅସୁବିଧା ଥିବାରୁ ତାଙ୍କୁ ରାଇରଙ୍ଗପୁର ଡ଼ାକ୍ତର ବ୍ୟବଚ୍ଛେଦ ପାଇଁ ବାରିପଦା ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ତଦସହ ପୋଲିସ ଅପମୃତ୍ୟୁ ମାମଲା କେଶ ନଂ ୪୨/୨୦୨୦ ରୁଜୁ କରିଛି । ବୃଦ୍ଧଙ୍କ ନାମରେ କିଛି ଦିନ ପୂର୍ବେ ଥାନାରେ ଛେଳି ଚୋରି ମାମଲା ରୁଜୁ ହୋଇଥିଲା । ବୃଦ୍ଧଙ୍କର ମୃତ୍ୟୁ ରହସ୍ୟ ଘେରରେ ଅଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ!


