ଗଛରେ ଫାଶୀ ଲଗାଇ ଜୀବନ ହାରିଲେ ଦିନ ମଜୁରିଆ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଗୋଟାଏ ପାଖରେ ମହାମାରୀ ‘କରୋନା’ ଅନ୍ୟ ପକ୍ଷରେ ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ମାନବ ସମାଜ ଜର୍ଜରିତ ।’କରୋନା’କୁ ନେଇ ଦିର୍ଘ ୬ମାସ ଡିସେମ୍ବର-୨୦୧୯ରୁ ଏଯାଏଁ କିଛି ପ୍ରତିଷେଧକ ଟୀକା ବାହାର କରି ପାରି ନାହିଁ ।କେବଳ ମଣିଷ କୃତ ସାବଧାନତା ଲକ୍ ଡାଉନ୍,ମାସ୍କ ବ୍ୟବହାର, ସାମାଜିକ ଦୂରତା,ସାବୁନରେ ହାତ ଗୋଡ ଧୁଆ ,ଘରେ ରହିବା ।ଜନବିଷ୍ଫୋରଣ ଭାରତର ଲୋକ ସଂଖ୍ୟା ଉର୍ଦ୍ଧ୍ବ । ତନ୍ମଧ୍ୟରୁ ୯୦କୋଟି ଲୋକ ଶ୍ରମିକ,କୃଷକ,ଦାଦନ, ଖଟିଖିଆ,ଅଧିକା଼ଂଶ ଅଶିକ୍ଷିତ ,ଅସଚେତନ । କେନ୍ଦ୍ର ଓ ରାଜ୍ୟ ସରକାର ଏଥିନେଇ ଦିର୍ଘ ମାସେ ହେଲା ଲକ୍ ଡାଉନ୍ କରିଛନ୍ତି । ଏଥିନେଇ ଶ୍ରମଜିବୀ ଲୋକେ କାମଧନ୍ଦା ନ ପାଇ ଅଭାବ ଅନାଟନରେ ଜର୍ଜରିତ ହୋଇଗଲେଣି । ପାଖରେ ପଇସାପତ୍ର ସରିଗଲାଣି । ଲକ୍ ଡାଉନ୍ କୁ ନେଇ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିଦେଲାଣି । ଲୋକେ ଅଭାବ ଅନାଟନ ଯୋଗୁଁ ବାପ-ପୁଅ, ସ୍ବାମୀ-ସ୍ତ୍ରୀ,ଭାଇ-ଭାଇ ମଧ୍ୟରେ ପାରିବାରିକ କନ୍ଦଳ ବଢି ବଢି ଚାଲିଛି । ଲୋକଙ୍କର ମାନସିକ ଅବସ୍ଥା ଦୋହଲି ଗଲାଣି । ଏଭଳି ଏକ ଦୁଃଖଦ ଘଟଣା ଚାରିଆଡ଼େ ଦେଖା ଦେଲାଣି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ଛଣପାଳ ଗ୍ରାମର ୫ ଛୁଆର ଜନକ ଦିନ ମଜୁରିଆ ପରମଥ ସିଂ(୩୫) (ବୁଦ୍ଧିଆ) ଗୁରୁବାର ଦିନ ଅପରାହ୍ନରେ ଶୌଚ ବାହାନାରେ ଘରୁ ଗାଁ ନିକଟ ବାଙ୍କବଳ ନଦୀ କୂଳକୁ ଚାଲି ଯାଇଥିଲେ ।ପରେ ରାତିରେ ଘରକୁ ଫେରି ନ ଥିଲେ । ଶୁକ୍ରବାର ସକାଳେ ଗାଁ ର କିଛି ଲୋକ ଶୌଚ କରିବାକୁ ଯାଇଥିବାବେଳେ ନଦୀ ପାଖରେ ଥିବା ଏକ ପୋଲ ପାଖରେ ଏକ ପଣସ ଗଛରେ ଫାଶୀ ହୋଇଥିବା ଏକ ଲୋକଙ୍କୁ ଦେଖିବାକୁ ପାଇଥିଲେ ।ପରେ ସେମାନେ ଥାନାକୁ ଖବର ଦେଇଥିଲେ । ପୋଲିସ ଝୁଲନ୍ତା ଅବସ୍ଥାରେ ମୃତକକୁ ଉଦ୍ଧାର କରିଥିଲେ ।ପରେ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।ବୁଦ୍ଧିଆ ଅତି ସରଳ ଓ ନିର୍ମାୟା ଲୋକଥିଲା ।ତାର ଅମାୟିକ ବ୍ୟବହାର ଓ ପରୋପକାରୀ ଯୋଗୁଁ ଗାଁ ରେ ସବୁରି ଘରେ ଚିର ପରିଚିତ ଥିଲା ।ତାର ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି ।ବୁଧିଆର ସ୍ତ୍ରୀ ସ୍ବାମୀର ମୃତ୍ୟ ର ଖବର ପରେ କାନ୍ଦି କାନ୍ଦି ଚେତା ବୁଡ଼ି ଯାଉଛି । ଲକ୍ ଡାଉନ୍ ବିପତ୍ତିକୁ ସ୍ୱାମୀର ମୃତ୍ୟୁ ଏଣେ ଛୋଟ ଛୋଟ ୫ଟି ଛୁଆଙ ମୁଣ୍ତ ବ୍ୟଥା ବଢି ଯାଇଛି । କିଭଳି ସ୍ୱାମୀ ର ଅନ୍ତେଷ୍ଟିକ୍ରିୟା ଏବଂ ଆଗକୁ ୫ଛୁଆ ଓ ନିଜେ କେମିତି ଦିନ କାଟିବେ ଛୁଆଙ୍କର ମୁହଁରେ ଦାନା ଟିକେ ଦେବ ସେହି ଦୁଃଖ ହିଁ ତାକୁ ଭାରି ପଡୁଛି !ବୁଦ୍ଧିଆ ସ୍ତ୍ରୀ କୁ ପ୍ରଶାସନିକ ସହାୟତା ପାଇଁ ଗାଁ ଲୋକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ