ପଣିବନ୍ଧରେ ଆମ ପୋଲିସ୍ ସମିତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଆମ ପୋଲିସ୍ ସମିତି ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର, ସ୍ଥାନୀୟ ସରପଞ୍ଚ,ଜିଲ୍ଳାପରିଷଦ ସଭ୍ୟ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ I ବିଶେଷ କରି ଏହି ବୈଠକରେ ସଡ଼କ ନିରାପତ୍ତା, ସାଇବର ଅପରାଧ, ଗୁଣିଗାରେଡି, ଅନ୍ଧବିଶ୍ଵାସ ଏବଂ ବିଭିନ୍ନ ପ୍ରକାର ସାମାଜିକ ସମସ୍ୟା ଏବଂ ଏହାର ଆଇନଗତ ସମାଧାନ ଦିଗ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ରହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ