ପଣ୍ଡିତ ଦିନଦାୟଲଙ୍କ ଜନ୍ମଦିନ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ପକ୍ଷରୁ କିନାରୀଗାଁରେ ପଣ୍ଡିତ ଦିନଦୟାଲଙ୍କ ଜନ୍ମଦିନ ପାଳିତ ହୋଇଛି। ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ର ଓ ସାଧାରଣ ସମ୍ପାଦକ ଗଣେଷ ଡାକୁଆଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜନ୍ମଦିନ ପାଳନ ଉତ୍ସବରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁ, ଜିଲା ଓବିସି ମୋର୍ଚା ସମ୍ପାଦକ ମହେଶ୍ଵର ସାହୁ, ଜିଲ୍ଲା ଓବିସି ମୋର୍ଚା ଉପ ସଭାପତି ଜୟରାମ ପଡ୍ରା, ମଣ୍ଡଳ ଟ୍ରେଜରର ଶ୍ୟାମ ମହାଙ୍କୁଡ଼, ମଣ୍ଡଳ ଉପସଭାପତି ଶଙ୍କର ବେହେରଦଳାଇ, ତ୍ରିନାଥ ବିଶୋଇ, ଡ୍ରିମି କାର୍ଜିଙ୍କ ସମେତ ବ୍ରାହ୍ମଣୀଗାଁ ମଣ୍ଡଳର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।