ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୬ ତମ ଜୟନ୍ତୀ ପାଳିତ

ଛତ୍ରପୁର, (ଓ୍ବାଇଏନ୍ଏସ୍) : କୋଭିଡ୍‌-୧୯ ନିୟମକୁ କଡାକଡି ପାଳନ କରି ସାମାଜିକ ଦୂରତାକୁ ବଜାୟ ରଖି ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତା କରି ଉକ୍ତ ଦିବସର ମହତ୍‌ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ସମ୍ମାନିତ ଅତିଥି ଭାବେ ଖଣ୍ଡିଦେଉଳି ସହିଦ୍ ଭଗତ ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦୁର୍ଯ୍ୟୋଧନ ସେଠୀ ଯୋଗଦେଇ ପଣ୍ଡିତ ନୀଳକଣ୍ଠଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ସୂର୍ଯ୍ୟନାରାୟଣ ଡାକୁଆ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ