ପତିତପାବନ କପ କ୍ରିକେଟ ନାଉଗାଁ ବ୍ଲୁମୁନ କ୍ରିକେଟ କ୍ଲବ ଚମ୍ପିୟାନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳୀ ପଞ୍ଚାୟତ ର ଓଟର ଗ୍ରାମପଡ଼ିଆ ଠାରେ ଚାଲିଥିବା ୧୩ ତମପତିତପାବନ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପନ ହୋଇ ଯାଇଛି। ଫାଇନାଲ ମ୍ୟାଚରେ ନାଇଟ ଗ୍ରାମ ର ଇଶାନେଶ୍ୱର କ୍ରିକେଟ କ୍ଲବ କୁ ୪ ୱିକେଟ ରେ ପରାସ୍ତ କରି ନାଉଗାଁ ର ବ୍ଲୁ ମୁନ କ୍ରିକେଟ୍ କ୍ଲବ ଚଳିତବର୍ଷ ର ଚମ୍ପିୟାନ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଶାନେଶ୍ୱର କ୍ଲବ ନିର୍ଦ୍ଧାରିତ ୨୫ ଓଭର ରୁ ୨୨.୪ ଓଭର ରେ ସମସ୍ତ ୱିକେଟ ହରାଇ ସଂଗ୍ରହ କରିଥିଲା ୧୨୯ ରନ। ଏହାର ଜବାବ ରେ ବ୍ୟାଟିଂ କରି ବ୍ଲୁ ମୁନ କ୍ଲବ ୧୬.୫ ଓଭର ରେ ୬ ୱିକେଟ ହରାଇ ୧୩୦ ରନ କରି ବିଜୟୀ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ର ପୁର୍ବତନ ବିଧାୟକ ସୁରେନ୍ଦ୍ର କୁମାର ସେଠୀ,ସମ୍ମାନୀତ ଅତିଥି ଭାବେ ଯୁବନେତାଆଲୋକ କୁମାର ପାତ୍ର, ସମିତି ସଭ୍ୟ ଭକ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦାନ କରି ଚମ୍ପିୟାନ କ୍ଲବ କୁ ନଗଦ ୧୩ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିବାବେଳେ ରନର୍ସ କ୍ଲବ କୁ ନଗଦ ୧୦ ହଜାର ଟଙ୍କା ଓ କପ୍ ପ୍ରଦାନ କରିଥିଲେ।ଏହି ପ୍ରତିଯୋଗୀତା ରେ ସମୁଦାୟ ୮ ଟି କ୍ରିକେଟ୍ କ୍ଲବ ଭାଗ ନେଇଥିବାବେଳେ ପତିତପାବନ କ୍ରିକେଟ କ୍ଲବ ର ସଭପତି ସିଦ୍ଧାର୍ଥ ମହାନ୍ତି ଓ ସମ୍ପାଦକ ରାଜେଶ ବାରିକ ସମସ୍ତ ମ୍ୟାଚ୍ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ