ପତ୍ନୀକୁ ହତ୍ୟା ଉଦ୍ୟମ: ଥାନାରେ ମାମଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ତଥା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗଣିଜାଙ୍ଗ ହାସିନପୁର ଗ୍ରାମର ଜନୈକ ମହିଳାଙ୍କୁ ଶାଶୁ ଘରଲୋକେ ହତ୍ୟା ଉଦ୍ୟମ କରିଥିବା ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ହାସିନପୁର ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ସ୍ୱାମୀ, ଶାଶୁ, ଦିଅର ଓ ଯାଆ ମିଶି ନିସ୍ତୁକ ମାଡ ମାରିବା ନେଇ ଅଭିଯୋଗ ହେବା ପରେ ଥାନାରେ ସମାଧାନ ହୋଇଥିଲା । ଗତ ୧୭ ତାରିଖ ରାତିରେ ସ୍ୱାମୀ, ଶାଶୁ, ଦିଅର ଓ ଯାଆ ମିଳିତ ହୋଇ ତାଙ୍କୁ ପୁନଶ୍ଚ ମାଡ ମାରିବା ସହ ରକ୍ତାକ୍ତ କରିଥିଲେ । ଏଥିସହ ସ୍ୱାମୀ ଓ ଶାଶୁ ମହିଳାଙ୍କୁ କିରୋସିନ ଢାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଫଳରେ ସେହିଦିନ ରାତିରେ ମହିଳା ଜଣକ ପ୍ରାଣ ବିକଳରେ ବାପ ଘରକୁ ପଳାଇ ଆସିଥିଲେ । ଏନେଇ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୩୭୨/୨୦ ମୂଳେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ