ପତ୍ନୀହନ୍ତା ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ଗ୍ରାମର ଜଣେ ମହିଳା ଗତ କିଛି ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଏନେଇ ମହିଳାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୁଲିସ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ୮୮/୨୧ରେ ମାମଲା ରୁଜ୍ଜୁ କରିଥିଲେ ସୁଦ୍ଧା ଅଭିଯୁକ୍ତ ସ୍ୱାମୀ ସେବେ ଠାରୁ ଫେରାର ଥିଲା। ଗତ ଶୁକ୍ରବାର ରାତିରେ ମୃତ ମହିଳାଙ୍କ ସ୍ୱାମୀ ଧରଣୀଧର ସେଠୀ ଘରେ ଥିବା ଜାଣି ପୁଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଆଜି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି।


