ପତ୍ନୀ ହରଣକାରୀର ଝିଅକୁ ତଣ୍ଟିକାଟୀ ହତ୍ୟା କରି ପ୍ରତିଶୋଧ ନେଲା ଯୁବକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡା ପଞ୍ଚାୟତର ସରଣ୍ଡା ଗ୍ରାମରେ ନାବାଳିକା ଝିଅର ତଣ୍ଟିକାଟୀ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ସରଣ୍ଡା ଗ୍ରାମର ବିବାହିତ କୃଷ୍ନ ଗିରି ସେହି ଗ୍ରାମର ରେପ ମୁର୍ମୁ ର ପତ୍ନୀ ସହିତ ଅନୈତିକ ସଂପର୍କରେ ଲିପ୍ତ ଥିଲା ।ପରେ ଚଳିତ ବର୍ଷ ମକର ସମୟରେ କୃଷ୍ନ ଗିରି ରେପ ମୁର୍ମୁର ପତ୍ନୀକୁ ଧରି ଘର ଛାଡ଼ି ୬ ମାସ ଧରି ଫେରାର ହୋଇଯାଇଥିଲା ।ଇତି ମଧ୍ୟରେ କୃଷ୍ନ ଗିରିର ପ୍ରଥମ ସ୍ତ୍ରୀ ସ୍ୱାମୀର ପରକ୍ରୀୟାପ୍ରୀତି ଘଟଣାରେ ଅସହ୍ୟ ହୋଇ ଘର ଛାଡ଼ି ବାପ ଘରେ ରହୁଥିଲେ ।କୃଷ୍ନ ଗିରି ୩ ଟି ଝିଅରୁ ବଡ଼ ଝିଅ ଲିଲି ଗିରି(୧୫) ଦିବ୍ଯାଙ୍ଗ ।କୃଷ୍ନ ଗିରି ଗତ ସାତ ଦିନ‌ ହେଲା ତା’ର ବିବାହିତ ପ୍ରେମିକାକୁ ଧରି ଗାଁ କୁ ଫେରି ଘରେ ଆସି ରହୁଥିଲା ।ନିଜର ସ୍ତ୍ରୀ କୁ ଦେଖି ରେପ ଅସହ୍ୟ ହୋଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ।ଏହାକୁ ନେଇ ରଵିଵାର ଦିନ କୃଷ୍ଣ ଗିରି ପରିବାର ସହ ରେପ ମୁର୍ମୁର ପାଟିତୁଣ୍ଡ ଓ ଉଚ୍ଚ ବାଚ ହୋଇଥିବା ଶୁଣିବାକୁ ମିଳୁଛି ।ରେପ ମୁର୍ମୁ କୃଷ୍ନ ପରିବାର ଉପରେ ପ୍ରତିଶୋଧ ନେବା ପାଇଁ ସଦା ସର୍ବଦା ସୁଯୋଗ ଉଣ୍ଡି ବସିଥିଲା ।ଆଜି ସୋମବାର କୃଷ୍ନ ପରିବାରର ସମସ୍ତେ ଚାଷ ପାଇଁ ସକାଳୁ ଘରୁ ବାହାରି ବିଲକୁ ଯାଇଥିବା ଆବର‌ରେପ ମୁର୍ମୁ ପାଇଥିଲା । ଘରେ କୃଷ୍ନ ଗିରର ଭିନ୍ନକ୍ଷମ ବଡ଼ ଝିଅ ଲିଲି ଏକୁଟିବା ରେପ ଜାଣିବାକୁ ପାଇଥିଲା ।ଲିଲି ଏକୁଟିଆ ଥିବା ଜାଣିପାରି ଏହି ସୁଯୋଗକୁ ପ୍ରତିହିଂସାରେ ଜଳୁଥିବା ରେପ ମୁର୍ମୁ ହାତ ଛଡା କରି ନ ଥିଲା ।ଏକ ପନିକି ଆଣି କୃଷ୍ନ ଗିରିର ଘରେ ପଶି ନାବାଳିକା ଲିଲିକୁ ଦାଣ୍ଡକୁ ଘୋଷାରି ଆଣି କୁକୁଡ଼ା କାଟିଲା ଭଳି ତଣ୍ଟି କାଟି ଦେଇଥିଲା ।ଲିଲି ରାସ୍ତା ଉପରେ‌ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା ।ପରେ ଲିଲିର କକା ଆସି ଦେଖନ୍ତି ତ ଲିଲି ‌ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛି । ସେଠାରେ ଲିଲି ର ମୃତ ଦେହ ଦେଖି ସେ ଚେତା ଶନ୍ଯ‌ହୋଇ ପଡିଥିଲେ ।ପରେ ଚେତା ଫେରିବାରୁ ସେ ଗାଁ ଲୋକ ଏବଂ ଗୋରୁମହିଷାଣୀ ଥାନାକୁ ଜଣାଇଥିଲେ । ଗୋରୁମହିଷାଣୀ ଥାନାଧିକାରୀ ଦେବାଶିଷ ଶତପଥୀ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ବାରିପଦାର ସାଇଣ୍ଟିଫିକ ଟିମ୍ ଆସି ଘଟଣା ସ୍ଥଳରେ ଛାନଭିନ କରିଥିଲେ । ପୋଲିସ ରେପ ମୁର୍ମୁ କୁ ପାଇ ଅଟକ ରଖିଛି ।କୃଷ୍ନ ଗିରର ବାପା ନାତୁଣୀର ହତ୍ୟାକାଣ୍ଡ ମାମଲା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର‌ କାର୍ଯ୍ଯାନୁଷ୍ଠାନ ପାଇଁ ଲିଖିତ ଦାବି କରିଛନ୍ତି । ସେହି ଲିଖିତ ଦାବିପତ୍ର ଅନୁସାରେ ଗୋରୁମହିଷାଣୀ ପୋଲିସ ହତ୍ୟା ମାମଲା କେଶ ନମ୍ବର ୬୮/୨୩ ରୁଜୁ କରିବା ସହ ମୃତକକୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଛି । ପୋଲିସ ଆଗରେ ରେପ ମୁର୍ମୁ ଦୋଷ ସ୍ବିକାର କରିବା ସହ ସତ ଓଗାଳିଛି । ଗାଁ ସାହିରେ ଟୁପୁରୁ ଟାପୁରୁ ହେଉଛନ୍ତି ବାପ ଖାଇଲା ତାଳ ଛୁଆକୁ ହେଲା କାଳ ।ବାପର ଭୁଲ ନିଷ୍ପତ୍ତି ଯୋଗୁଁ ଛୁଆର ଜୀବନ ଟି ଅକାଳରେ ଚାଲିଗଲା ।ଲିଲି ଭାରି ମିଷ୍ଟଭାଷୀ ଏବଂ ଗାଁରେ ସବୁରି ପ୍ରିୟ ଝିଅ ଥିଲା ।ତାକୁ ହରାଇ ଗାଁ ଲୋକଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ