ପଥର ବୋଝେଇ ଟାକ୍ଟରକୁ ଜବତ କଲା ବନ ବିଭାଗ

ଘଟଗାଁ(ଯୁଗାବ୍ଦ ନ୍ୟୁଜ୍‌): ଘଟଗାଁ ବନାଂଚଳ ଅଧିନସ୍ଥ ମଶିଣାବିଲା ରିଜର୍ଭ ଫରେଷ୍ଟ ଭିତରୁ ଆଜି ଅପରାହ୍ନରେ ପଥର ଚାଲାଣ କରୁଥିବା ଏକ ଟ୍ରାକ୍ଟର ଜବଦ କରିଛି ଘଟଗାଁ ବନ ବିଭାଗ । ଖବର ଅନୁସାରେ ଆଜି ଅପରାହ୍ନରେ ଘଟଗାଁ ବନ ବିଭାଗ ଅଧିନସ୍ଥ ମଶିଣାବିଲା ରିଜର୍ଭ ଫରେଷ୍ଟ ଭିତରୁ ଏକ ଟ୍ରାକ୍ଟର ଅତି ଚତୁରତାର ସହିତ ପ୍ରଥମେ ଫରେଷ୍ଟ ଭିତରୁ ଅଧାରୁ ଅଧିକ ପଥର ଲୋଡ କରିବା ପରେ ନିକଟସ୍ଥ କୁକୁରକଟା ନଦି କୂଳରେ ପଥର ଉପରେ ବାଲି ଲୋଡ କରୁଥିବା ଖବର କୌଣସି ମତେ ଘଟଗାଁ ବନ ବିଭାଗ ପାଇଥିଲା । ପଥର ଉପରେ ବାଲି ଲୋଡ କରୁଥିବା ସମୟରେ ଘଟଗାଁ ବନାଂଚଳ ଅଧିକାରୀ ଘଟଣାସ୍ଥଳରେ ପହଂଚି ପଥର ବୋଝେଇ ଟ୍ରାକ୍ଟରକୁ ଜବଦ କରିଥିବା ଘଟଗାଁ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବିଗତ ଅନେକ ବର୍ଷରୁ ଘଟଗାଁ ଅଂଚଳରେ ପଥର, ବାଲି ଏବଂ ମାଟି ମାଫିଆଙ୍କ ଦୈରାତ୍ମ ବଢିବାରେ ଚାଲିଥିଲା । କିନ୍ତୁ ଚଳିତ ବର୍ଷ ଗତ କିଛି ଦିନ ହେବ ଘଟଗାଁ ବନ ବିଭାଗ ଏବଂ ତହସିଲଦାରଙ୍କ ମିଳିତ ଚଢଉରେ ପଥର, ବାଲି ଏବଂ ମାଟି ଚୋର ମାନଙ୍କର ନିଦ ହଜିଯାଇଛି । ସୂଚନା ଯୋଗ୍ୟ ଗତକାଲି ଘଟଗାଁ ଅତିରିକ୍ତ ତହସିଲଦାର ଦୁଇ ଦୁଇଟି ଟ୍ରାକ୍ଟରକୁ ଫାଇନ କରିଥିବା ବେଳେ ଆଜି ଘଟଗାଁ ବନାଂଚଳ ଅଧିକାରୀ ଅଶୋକ କୁମାର ନାୟକ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଜବଦ କରିଛି । ତେବେ ଘଟଗାଁ ବନ ବିଭାଗ ଏବଂ ତହସିଲଦାରଙ୍କ ଏଭଳି ପଥର, ବାଲି ଏବଂ ମାଟି ଚୋର ମାନଙ୍କ ପ୍ରତି ଉଚିତ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ଘଟଣା ବର୍ତମାନ ଘଟଗାଁ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତହସିଲଦାର ଏବଂ ବନାଂଚଳ ଅଧିକାରୀଙ୍କ ଏତାଦଶ କାର୍ଯ୍ୟକୁ ଭୁଇୟସି ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ