ପଦାରେ ପଡିଲା କୋଦଳା ଏନ.ଏ.ସିର ଅପାରଗତା

କୋଦଳା, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏସି ପକ୍ଷରୁ ପୂର୍ବଦିନ ତଳେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସହର ସମସ୍ତ ମୁଖ୍ୟ ସଡ଼କ ଓ ବିଭିନ୍ନ ସାହି ମାନଙ୍କରେ ଏଲଇଡ଼ି ଲାଇଟ ଲଗାଯିବାର ମାତ୍ର ଅଳ୍ପ ଦିନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସଂସ୍ଥା ଜରିଆରେ ପୁଣି ସେସବୁକୁ ଲାଇଟକୁ ହଟାଯାଇ ସେହି ସ୍ଥାନରେ ନୂତନ ଏଲଇଡ଼ି ଲାଇଟ ଲଗାଯାଇଥିଲା କିନ୍ତୁ ଏହି ଷ୍ଟ୍ରିଟ ଲାଇଟ ଏବେ ସହରବାସୀଙ୍କ କୌଣସି କାର୍ୟ୍ୟରେ ଆସିପାରୁନାହିଁ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋଦଳା ସହରର ମୁଖ୍ୟ ସ୍ଥାନ ମାନଙ୍କରେ ହାଇମାକ୍ସ ଲାଇଟ ଦୀର୍ଘ ଦିନରୁ ଖରାପ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟରେ ସେମିତି ପଡ଼ିରହିଛି। ଏନେଇ ଏନଏସି କିମ୍ବା ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ମଧ୍ୟ ଆମ ହାତରେ କିଛିନାହିଁ, ଏହାକୁ ଦିଲ୍ଲୀରୁ ପରିଚାଳିନା କରାଯାଉଥିବା ସୂଚନା ଦିଆଯାଉଥିବା ବେଳେ ସାଧାରଣଲୋକ ଏବେ ଷ୍ଟ୍ରିଟ ଲାଇଟ ସମସ୍ୟା ପାଇଁ ମଧ୍ୟ୍ୟ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଇଥିବା ଜଣାପଡିଛି । କୋଦଳା ଏନଏସିରେ ୧୩ଟି ୱାର୍ଡ ରହିଥିବା ବେଳେ ୧୫ ରୁ ୨୦ ସାହି ବିଶିଷ୍ଟ ରହିଛି ।ଜନଗହଳି ସହରରେ ଏଭଳି ଅନ୍ଧାର ସମସ୍ୟା ହେଲେ ଚୋରି ହେବାର ଆଶଙ୍କା ରହିଛି ।ଏନେଇ ସାଧାରଣଲୋକେ ୨ଦିନ ତଳେ ଷ୍ଟ୍ରିଟ ଲାଇଟ ସମସ୍ୟା ପାଇଁ କୋଦଳା ଏନଏସିଠାରେ ଧାରଣା କରିଥିବା ଜଣାପଡିଛି କ୍ଷ ଦୀର୍ଘଦିନ କୋଦଳା ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗି ରହିବା ପରେ ଲୋକଙ୍କ ପକ୍ଷରୁ ବାରମ୍ବାର ଏନେଇ ଅଭିଯୋଗ କରାଯାଇଥିଲା ।ଠିକାରେ ନେଇଥିବା ସଂସ୍ଥା ପକ୍ଷରୁ ସଜଡା କରାଯାଉ ନାହିଁ ।ଏବେ ସହରର ଷ୍ଟ୍ରିଟ ଲାଇଟ ଗୋଟିଏ ସାହି ଜଳିଲେ ଅନ୍ୟ ସାହି ଅନ୍ଧାରରେ ରହୁଥିବା ଜଣାଯାଇଛି କ୍ଷ ପୁରୁଣା ଲାଇଟ ହଟାଯାଇ ନୂତନ ଏଲଇଡ଼ି ଲାଇଟ ଲଗେଇବାରେ ବିଳମ୍ବ ହେଉଥିବା ମଧ୍ୟ୍ୟ ଅଭିଯୋଗ ହେଉଛି ।ତେଣୁ ସହରର ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାକୁ ପୁଣିଥରେ ସାଧାରଣ ଭାବରେ ଏନଏସି ଦ୍ୱାରା ପରିଚାଳନା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।


