ପଦାର୍ଥ ବିଜ୍ଞାନ ଗବେଷଣାଗାର ଅଭିନବତା ଉପରେ ଜାତୀୟ ସମ୍ପାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଆନୁକୁଲ୍ୟରେ ୨ ଦିନ ଧରି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ “ପଦାର୍ଥ ବିଜ୍ଞାନ ଗବେଷଣାଗାର ଅଭିନବତା” ଶୀର୍ଷକ ସମ୍ପାନ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କଲେଜର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଭାଗୀୟ ମୁଖ୍ୟ ତଥା ଆବାହକ ରାମଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ବିଶ୍ୱରଞ୍ଜନ ପୁହାଣ ସମ୍ପାନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ଡଃ. ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆମେ ବିଶ୍ୱରେ ଯାହା ଦେଖୁ ତାହା ହେଉଛି ବିଶ୍ୱରୁପ । ଆମ ପୃଥିବୀ ମନ୍ଦିରରେ ବୈଜ୍ଞାନିକ ହେଉଛନ୍ତି ପୁଜାରୀ । ଯାହା ହୋଇସାରିଛି ତାହା ବିଷୟରେ ତାଲିମ୍ପ୍ରାପ୍ତ ହୋଇ ନୂତନ ଭାବରେ କରିବା ହେଉଛି ଅଭିନବତା । ବିଂଶ ଶତାବ୍ଦୀରେ ଗବେଷଣା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିଛି । ମୁଖ୍ୟବକ୍ତା ଡଃ. ବେଦାନ୍ତ ଦାସ ମହାନ୍ତି ବକ୍ତବ୍ୟରେ କହିଲେ ସମଗ୍ର ବିଶ୍ୱବାସୀ ଏକାଠି ହୋଇପାରିଲେ ଏ ପୃଥିବୀ ତିଷ୍ଟି ପାରିବ । ଧର୍ମ ଓ ଦର୍ଶନ ଉଭୟ ସତ୍ୟର ଅନୁଶରଣ କରିଥାନ୍ତି । ମାଧ୍ୟାକର୍ଷଣ ତରଙ୍ଗ ଓ ତା’ର ପ୍ରଭାବ ଅଭିନବତା ବାଣିଜ୍ୟ ବିକାଶରେ ମଧ୍ୟ ସହାୟକ ହୋଇଥାଏ ବୋଲି କହିଥିଲେ । ବି.ପି.ୟୁ.ଟି.ର ପ୍ରାକ୍ତନ କୂଳପତି ଡଃ. ଓଁକାର ନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଶିଳ୍ପ କ୍ଷେତ୍ରରେ ଅଭିନବତାର ଉପଯୋଗୀତା ଉପରେ ବକ୍ତବ୍ୟ ରଖିଥିଲେ । ଉଦ୍ଘାଟନୀ ଉତ୍ସବରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ । ପୂର୍ବାହ୍ନର ବୈଷୟୀକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପଦାଥି ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ଡଃ. ରୀତା ପାଇକରାୟ । ଏହି ଅଧିବେଶନରେ ମୁଖ୍ୟବକ୍ତା ଭାବରେ ଡଃ. ପ୍ରତାପ କୁମାର ସାହୁ ଓ ନିମନ୍ତ୍ରିତ ବକ୍ତା ଭାବରେ ଆଇ.ଆଇ.ଟି. ଖଡଗପୁରର ଡଃ. ପ୍ରଶନ୍ନ କୁମାର ସାହୁ ଯୋଗ ଦେଇଥିଲେ । ଅପରାହ୍ନ ବୈଷୟୀକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସେକ ସମସୁର୍ । ସଂଯୋଜକ ଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ. ଭଗବାନ କିଷାନ ଓ ବକ୍ତା ଭାବରେ ଯୋଗ ଦେଇଥିଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରଫେସର ଡଃ. ଦେବେନ୍ଦ୍ରନାଥ ସାମଲ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ସୁକାନ୍ତ କୁମାର ତ୍ରିପାଠୀ ଓ ଡଃ. ସିଦ୍ଧାର୍ଥ ଶେଖର ପଣ୍ଡା । ସମ୍ପାନର ଦ୍ୱିତୀୟ ଦିବସର ବୈଷୟୀକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ପୀୟୁଷ ରଞ୍ଜନ ଦାସ ଓ ଏଥିରେ ସଂଯୋଜନା କରିଥିଲେ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଡଃ. ସୌଭାଗ୍ୟଲକ୍ଷ୍ମୀ ବେହେରା, ନାଇଜରର ପ୍ରଫେସର ଡଃ. ସଞ୍ଜୟ କୁମାର ସାଇଁ ଓ ସି.ଭି. ରମଣ ବିଶ୍ୱବିଦ୍ୟାଳୟର ଡଃ. ସବ୍ୟସାଚୀ ପରିଡା । ଏଥିରେ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନା କରିଥିଲେ ଡଃ. ପ୍ରଭାତ ରଞ୍ଜନ ଲେଙ୍କା ଓ ଡଃ. ଅଟଳ ବିହାରୀ ପଣ୍ଡା । ପରିଶେଷରେ ଉଦ୍ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବୈଜ୍ଞାନିକ ଓ କଲେଜ ପରିଚାଳନା ସମିତି ସଭ୍ୟ ଡଃ. ରାଜଗୋପାଳ ମହାନ୍ତି ଯୋଗଦେଇ ଅଭିନବତା କ୍ଷେତ୍ରରେ ଆକାଶ ହେଉଛି ଶେଷ ସୀମା ଓ ଅର୍ଥ ଏକ୍ଷେତ୍ରରେ ପ୍ରଧାନ ବାଧକ ବୋଲି କହିଥିଲେ । ସମ୍ପାନର ସଫଳତା ପାଇଁ ଆବାହକ ରାମଚନ୍ଦ୍ର ପାତ୍ର ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ ଓ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ପ୍ରାଧ୍ୟାପିକା ଡଃ. ପ୍ରଭାମୟୀ ସାମନ୍ତରାୟ । ଏହି ସମ୍ପାନକୁ ପରିଚାଳନା କରିଥିଲେ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡଃ. ସଞ୍ଜୀବ କୁମାର ମହାନ୍ତି, ଅଧ୍ୟାପକ ପ୍ରକାଶ କୁମାର ମଲ୍ଲିକ, ରାକେଶ କୁମାର ପ୍ରଧାନ, ଅଧ୍ୟାପିକା କବିତା ରାଉତ, ଆକାଂକ୍ଷା ଆନନ୍ଦିତା ନାୟକ ଓ ସହଯୋଗୀ ନରେନ୍ଦ୍ର ପାତ୍ର, ବିଜୟିନୀ ପରିଡା, ସଞ୍ଜୟ କୁମାର ପଲେଇ, ଶୁଭଶ୍ରୀ ଷଣ୍ଢ ଓ ଦେବାଶିଷ ସାହୁ । ଏହି ସମ୍ପାନରେ ବହୁ ସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା ଓ ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ପାନ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।