ପଦୋନ୍ନତିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ନନ ଅସନ୍ତୋଷ ପ୍ରକାଶ ପାଇବାସହ ଆଜି ବିଇଓଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରୀୟାରେ ବ୍ୟାପକ ତ୍ରୁଟି ଥିବା ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଯୋଗ କରିଛନ୍ତି । ପ୍ରାଥମିକ ଶିକ୍ଷକ ପାଇଁ ଲେବୁଲ ଭି (ଏ) ରୁ ଭି (ବି)କୁ ପଦୋନ୍ନତି ପାଇଁ ୧୬୪୨ ପଦବି ରହିଥିବାବେଳେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ମାତ୍ର ୧୪୬ଟି ପଦବିକୁ ଅନୁମୋଦନ କରି ଶିକ୍ଷକଙ୍କୁ ପଦୋନ୍ନତି ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଲେବୁଲ ୫(ଖ)ରୁ ୮୪୨ଜଣ ପ୍ରାଥମିକ ବିଦ୍ୟାଳ ପ୍ରଧାନ ଶିକ୍ଷକ, ୪୯୨ଜଣ ସ୍ନାତକ ଶିକ୍ଷକ (କଳା), ୧୦୬ଜଣ ସ୍ନାତକ ଶିକ୍ଷକ (ବିଜ୍ଞାନ) ଶିକ୍ଷକ ପଦବିକୁ ପଦୋନ୍ନତି ପାଇଛନ୍ତି । ଫଳରେ ୧୪୪୦ ଲେବୁଲ୫ (ଖ) ଶିକ୍ଷକ ପଦବି ଖାଲି ପଡିଛି । ତେଣୁ ଖାଲିପଡିଥିବା ୧୪୪୦ପଦବିକୁ ତୁରନ୍ତ ପୁରଣ କରିବାପାଇଁ ଶିକ୍ଷକସଂଘ ପକ୍ଷରୁ ଦାବି କରାଯାଇ ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଶିକ୍ଷକ ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ୱାଳ, ନିର୍ମଳ କୁମାର ଭଟ୍ଟାଚାର୍ଯ୍ୟ, ଗୀତାରାଣୀ ମିଶ୍ର, ଚୈତନ ଚରଣ ସା, ପ୍ରଫୁଲ କୁମାର ସାହୁ, ମିହିର କୁମାର ପଣ୍ଡା, ଦେବାଶିଷ ବାରିକ, ରାଜକିଶୋର ସ୍ୱାଇଁ, ପ୍ରଭାକର ବେହେରା, ସୋନାଲି ମାଝୀ, ସତ୍ୟନାରାୟଣ ଗିରି, ଚନ୍ଦ୍ରକାନ୍ତ ମିଶ୍ର, ନାରାୟଣ ମଲ୍ଲିକ, ଗୟାଧର ମିଶ୍ର, ବିବେକାନନ୍ଦ ବେହେରା, ଅକ୍ଷୟ କୁମାର ଖଟୁଆ, ଜ୍ୟୋତ୍ସ୍ନାରାଣୀ ପହି, କୃଷ୍ଣ ଚନ୍ଦ୍ର ନାହାକଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ