ପଦୋନ୍ନତି ଅଦାଲତରେ ଶୁଣାଣି ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପଦୋନ୍ନତି ଅଦାଲତ । ଯେଉଁ କର୍ମଚାରୀଙ୍କର ପଦୋନ୍ନତି ପାଇଁ ଯୋଗ୍ୟତା ଅଛି, ମାତ୍ର କୌଣସି କାରଣରୁ ଯଦି ସେମାନେ ନିଜ ହକରୁ ବଞ୍ଚିତ ଅଛନ୍ତି ତେବେ ସେମାନେ ଆବେଦନକୁ ଏହି ଅଦାଲତରେ ବିଚାର କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହ ୫ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏଥିପାଇଁ ଅଦାଲତର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨୭୩ ଆବେଦନର ବିଚାର କରିବାକୁ ନିଷ୍ପତ୍ତି ହୋଇଛି । କେଉଁ ଆବେଦନକାରୀ କେଉଁ ସମୟରେ ଅଦାଲତରେ ଉପସ୍ଥିତ ରହିବେ ସେ ସମ୍ପର୍କରେ ଇ-ମେଲରେ ପ୍ରାପ୍ତି ସ୍ୱୀକାର ସହ ଅବଗତ କରାଯାଇଛି । ମେଲ ଯାଇଥିବା ଆବେଦନକାରୀମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । ଆବେଦନକାରୀମାନେ ଆସିବା ବେଳେ ପ୍ରାପ୍ତି ସ୍ୱୀକାର କାଗଜ ଆଣିଲେ ଅଦାଲତ କକ୍ଷକୁ ଯିବାକୁ ଅନୁମତି ମିଳିବ । ଯେଉଁମାନେ ମେଲରେ ପ୍ରାପ୍ତି ସ୍ୱୀକାର ପାଇନାହାନ୍ତି ସେମାନଙ୍କୁ ଫେବୃୟାରୀ ୨୭ ରୁ ବସିବାକୁ ଥିବା ପଦୋନ୍ନତି ଅଦାଲତ ନେଇ ଅବଗତ କରାଯିବ । ଆବେଦନର ଶେଷ ତାରିଖ ୨୩ ସୁଦ୍ଧା ୮,୯୦୯ ଆବେଦନ ମିଳିଥିଲା ବେଳେ ଯେଉଁ ୨୨୭୩ ଆବେଦନକାରୀଙ୍କ ମାମଲାର ବିଚାର ହେବ ସେମାନଙ୍କ ତାଲିକା ସାଧାରଣ ପ୍ରଶାସନ ବିଭାଗ ୱେବସାଇଟରେ ଉପଲବ୍ଧ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ