ପଦ୍ମଛାଡି ବିଜେଡିରେ ଯୋଗ ଦେବେ ଆଦିବାସୀ ନେତା କାମରାଜ
ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ନେତାମାନଙ୍କ ମଧ୍ୟରେ ରାଜନୀତିକୁ ନେଇ ଜୋରସୋର ଟଣାଓଟରା ଲାଗିଛି । କେଉଁ ନେତା ପଦ୍ମ ଛାଡି ଶଙ୍ଖ ଆପଣେଇନେଉଛନ୍ତି ତ ଆଉ କେଉଁ ଦଳ ଶଙ୍ଖ ଛାଡି ପଦ୍ମ ଆପଣେଇଛନ୍ତି ଆଉ କିଛି ଦଳ କଂଗ୍ରେସ ମୂହାଁ ବି ହୋଇଛନ୍ତି । ଏଭଳି ପରିସ୍ଥିତିରେ ମାଲକାନଗିରି ଜିଲ୍ଳାର ରାଜନୀତି ପାଣିପାଗ ବି ଜୋର ଧରିଛି । ନିର୍ବାଚନ ପୂର୍ବରୁ କିଏ ଟିକେଟ ପାଇବା ଆଶରେ ତ କିଏ ପଦବି ପାଇବା ଆଶାରେ ଜଣେ ପରେ ଜଣେ ଅଦଳ ବଦଳ ଚାଲିଛି । କିଛି ଦିନ କଂଗ୍ରେସରେ ୨୦ ବର୍ଷ ଧରି ଶାସନ କରୁଥିବା ଖଇରପୁଟ ସମିତି ସଭ୍ୟ କୁମୁଦିନୀ କିର୍ସାନୀ ଦଳ ଛାଡିଥିବା ବେଳେ ଗୁରୁବାର ବରିଷ୍ଠ ଆଦିବାସୀ ନେତା ବିଜେପିର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଡଂ କାମରାଜ କବାସୀ ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବ୍ୟକ୍ତି ଗତ କାରଣରୁ ଦଳ ଛାଡିଥିବା ସ୍ୱକାର କରିବା ପରେ ଦିର୍ଘଦୀନ ଧରି ଜନତା ପାର୍ଟିରେ କାମ କରୁଥିବା ବେଳେ ବର୍ତ୍ତମାନ ପାତର ଅନ୍ତର ନୀତି ଜୋର ଧରିଛି । ବର୍ତ୍ତମାନ ଛାତ୍ର ଜୀବନରେ ସେ ଚାକିରି ଛାଡି ବିଜୁ ପଟ୍ଟନାୟକ ଙ୍କ ଆନୁଗତ୍ୟ ଥିଲେ ।ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକରେ ସେ ବିକାଶ ହେଉଥିବାର ଉପଲବ୍ଧି କରି ସେ ବିଜେଡି ଦଳରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି ।